fbpx

ବର୍ଷକର ଶିଶୁ କନ୍ୟାକୁ କରୋନା

ଝାରସୁଗୁଡ଼ା, ୨୩ା୫(ଓଡ଼ିଶା ଭାସ୍କର): ଆଜି ଝାରସୁଗୁଡ଼ାରେ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମଙ୍ଗଳବଜାରର ଜଣେ ବର୍ଷକର ଶିଶୁକନ୍ୟା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ପରିବାରର ୫ବର୍ଷର ଶିଶୁ କରୋନା ଚିହ୍ନଟ ହୋଇଥିଲେ । ବାହାର ରାଜ୍ୟରୁ ଫେରି ପରିବାର ଲୋକେ ସମସ୍ତେ ଘରେ ସଙ୍ଗରୋଧରେ ଥିଲେ । ଅନ୍ୟଜଣେ ବ୍ରଜରାଜନଗରର ୪୦ବର୍ଷୀୟ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟ ମହାରାଷ୍ଟ୍ରରୁ ଫେରି ସଙ୍ଗରୋଧରେ ଥିଲେ । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଝାରସୁଗୁଡ଼ା ଜିଲ୍ଲାପାଳ ।

Get real time updates directly on you device, subscribe now.