fbpx

କରୋନା କାଳରେ ଗୁପଚୁପ୍ ଦୋକାନୀର ଗଜବ ଯୁଗାଡ, ଭାଇରାଲ ହେଲା ଭିଡିଓ

କରୋନା କାଳରେ ସାରା ବିଶ୍ୱର ଲୋକ ଚିନ୍ତିତ ଥିବା ବେଳେ ବାହାରକୁ ଯିବା ପାଇଁ ମଧ୍ୟ ଡର ଲାଗୁଛି । ଏହି ସମୟରେ ବାହାରେ ମିଳୁଥିବା ଖାଦ୍ୟକୁ ବହୁତ ଲୋକ ମିସ୍ କରୁଛିନ୍ତି । ସେହିପରି ଅନେକ ଲୋକ ସାଧାରଣତଃ ଝିଅମାନଙ୍କୁ ଭଲ ଲାଗୁଥିବା ଗୁପଚୁପ୍ ଖାଇବାକୁ ମନ ଥିଲେ ବି କରୋନା ଭୟରେ ଖାଉନାହାନ୍ତି । ଏପରି ପରିସ୍ଥିତିରେ ଛତିଶଗଡର ଜଣେ ଗୁପଚୁପ ଦୋକାନୀର ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି ।


ଭିଡିଓରେ ଦେଖିବାକୁ ମିଳୁଛି ଯେ, ବ୍ୟକ୍ତି ଜଣକ ସ୍ୱୟଂ ଚାଳିତ ଏକ ଗୁପଚୁପ୍ ମେସିନ ଲଗାଇଛନ୍ତି । ଏହା ସାହାର୍ଯ୍ୟରେ ଲୋକମାନେ ଗୁପଚୁପର ମଜା ବି ନେଇପାରିବେ ଓ କାହା ସଂସ୍ପର୍ଶରେ ବି ଆସିବେନି । ଏହି ଭିଡିଓକୁ ଜଣେ ଆଇଏଏସ୍ ଅଧିକାରୀ ଅବନୀଷ ଶରଣ ନିଜର ଟ୍ୱିଟର ଆକାଉଣ୍ଟରରେ ସେୟାର କରିଛନ୍ତି ।

Get real time updates directly on you device, subscribe now.