fbpx

ଏକରତରଫା ପ୍ରେମର କରୁଣ ପରିଣତ: ଯୁବତୀଙ୍କ ଗଳାକାଟି ହତ୍ୟା କଲା ଯୁବକ

AAKASH

ରାୟଗଡ଼ା: ଏକରତରଫା ପ୍ରେମର କରୁଣ ପରିଣତି । ଏକତରଫା ପ୍ରେମରୁ ଯୁବତୀଙ୍କ ଗଳାକାଟି ହତ୍ୟା । ଖାଲି ସେତିକି ନୁହେଁ ଯୁବତୀଙ୍କୁ ହତ୍ୟା ପରେ ଅଭିଯୁକ୍ତ ଯୁବକର ମଧ୍ୟ ଆତ୍ମହତ୍ୟା ଉଦ୍ୟମ ।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଟିକିରି ଉଷାପଡ଼ା ଗାଁରେ । ସୂଚନା ଅନୂଯାୟୀ ଯୁବକ ଜଣକ ଏକତରଫା ପ୍ରେମ କରୁଥିଲେ । ଆଉ ଯାହାକୁ ନେଇ ସେ ଯୁବତୀଙ୍କୁ ଆକ୍ରମଣ କରିଥିଲେ । ତେବେ ଯୁବତୀଙ୍କ ତଣ୍ଟି କାଟିବା ପରେ ନିଜ ତଣ୍ଟି କାଟି ଆତ୍ମହତ୍ୟା ଉଦ୍ୟମ କରିଛି ଯୁବକ ।

ତେବେ ଗୁରୁତର ଅବସ୍ଥାରେ ଅଭିଯୁକ୍ତକୁ ରାୟଗଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି । ଯୁବତୀଙ୍କୁ ବଞ୍ଚାଇବାକୁ ଯାଇ ଛୁରାମାଡ଼ରେ ଯୁବତୀଙ୍କ ସାଙ୍ଗ ମଧ୍ୟ ଆହତ ହୋଇଛନ୍ତି । ତେବେ ପୋଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.