fbpx
BSKY SKY
BSKY SKY

ଏଥର ଆଉ Youtube ଦେଖିଲା ବେଳେ ଆସିବନି Ads , ଏଥିପାଇଁ ଜାଣନ୍ତୁ ଏହି ଉପାୟ

BSKY

ମୁମ୍ବାଇ: ଆପଣଙ୍କୁ ୟୁଟୁବ ଦେଖିବା ବେଶ ପସନ୍ଦ ଥିବ । ତେବେ ଅନଲାଇନରେ କିଛି ଦେଖିଲା ବେଳେ ୟୁଟୁବରେ ବାରମ୍ଭାର ଆଡ ଆସିଥାଏ । ଯଦି ଆମେ ୩-୫ ମିନିଟ ଭିଡିଓ ଦେଖୁଛନ୍ତି ତେବେ ଏହା ମଝିରେ ଦୁଇଥର ଆଡ ନିହାତି ଭାବରେ ଆସେ । ଆଡ ଆସିବା ଦ୍ୱାରା ବିରକ୍ତି ଲାଗିବା ସହିତ ଯେଉଁ ଇଚ୍ଛାରେ ଆମେ କିଛି ଦେଖୁଥାଉ ତାହା ଦେଖିବାର ଇଚ୍ଛା କମିଯାଏ । ତେବେ ଆମେ ଆପଣଙ୍କ ପାଇଁ ଏକ ଏଭଳି ଉପାୟ ଆଣିଛୁ ଯାହା ଦ୍ୱାରା ଆପଣ ବିନା କୌଣସି ଆଡରେ ଭିଡିଓର ମଜା ଉଠାଇ ପାରିବେ ।

ପ୍ରଥମ ଉପାୟ: ଯଦି ଆପଣ ୱେବ ବ୍ରାଉଜର ମାଧ୍ୟମରେ ୟୁଟୁବ ଦେଖୁଛନ୍ତି ତେବେ ଆପଣ ଆଡ ବ୍ଲକର ବୋଲି ଗୋଟିଏ ଆପ୍ଲିକେସନ ଡାଉନଲୋଡ କରି ପାରିବେ ।ଏହା ସାହାର୍ଯ୍ୟରେ ଆପଣ ବହୁତ ଆରମରେ ୟୁଟୁବ ଆଡ ଗୁଡିକୁ ବ୍ଲକ କରିପାରିବେ । ଏଥିପାଇଁ ଆପଣଙ୍କୁ ଆଡବ୍ଲକର ଫର ୟୁଟୁବ ଡାଉନଲୋଡ କରିବାକୁ ପଡିବ ।ତେବେ ଏହି ଥାର୍ଡପାର୍ଟି ଆପ୍ଲିକେସନ ମାଧ୍ୟମରେ ଆପଣ ଆଡ ଫ୍ରି ୟୁଟୁବ ଦେଖିପାରିବେ ।

ଦ୍ୱିତୀୟ ଉପାୟ: ଆପଣ ଚାହିଁଲେ ୟୁଟୁବ ପ୍ରିମିୟମର ସବକ୍ରିପସନ୍ ମଧ୍ୟ ନେଇ ପାରିବେ । ଯାହାକି ୧୨୯ ଟଙ୍କାରୁ ଆରମ୍ଭ ହେଉଛି । ଏଥିପାଇଁ ଆପଣଙ୍କ ଫୋନରେ ଆଉ କୌଣସି ଆପ୍ଲିକେସନ ଡାଉନଲୋଡ କରିବାକୁ ପଡିବ ନାହିଁ । ଆପଣ ଶୁଳ୍କ ଦେଇ ଆରାମ ସେ ବିନା ଆଡରେ ୟୁଟୁବ ଦେଖି ପାରିବେ ।

Get real time updates directly on you device, subscribe now.