fbpx

(Video) ପରୀକ୍ଷା ଖାତାରେ ଉଡ଼ିଲା ‘ହଳଦୀ ବସନ୍ତ… ନାଲି ଛିଟ ଶାଢ଼ୀ’: ଭାଇରାଲ ହେଲା ଜଣେ ମେଧାବୀ ଛାତ୍ରଙ୍କର ଅଜବ ଧରଣର ଉତ୍ତର!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଦୂଷଣରୁ କିପରି ମୁକ୍ତି ହୋଇପାରିବ? ଏପରି ପ୍ରଶ୍ନ ଭୂଗୋଳ ପରୀକ୍ଷାରେ ଆସିଥିଲା । ତେବେ ଏହାର ଉତ୍ତରରେ ଛାତ୍ର ଜଣଙ୍କ ଲେଖିଥିଲେ ‘କଳ କାରଖାନାରୁ ବାହାରୁଥିବା ପାଣି ଏବଂ ପ୍ରଦୂଷିତ ଧୂଅାଁ କମ୍ ହେଲେ ପ୍ରଦୂଷଣରୁ ରକ୍ଷା ପାଇବା । ହଳଦୀ ବସନ୍ତ ଚଢ଼େଇ ତୁ ଆଲୋ ହଳଦୀ ମୁହିଁ, ସୋରିଷ ଫୁଲିଆ ଛିଟ ଶାଢ଼ୀ ଲୋ ତତେ ଭାରି ମାନଇ । ଆମେ ଏହିପରି ସାବଧାନତା ଅବଲମ୍ବନ କଲେ ପ୍ରଦୂଷଣରୁ ମୁକ୍ତି ପାଇପାରିବା ।’

ତେବେ ଛାତ୍ରଙ୍କର ଏହି ହଳଦୀ ବସନ୍ତ…. ଉତ୍ତର ଦେଖି ଆପଣଙ୍କର ମୁଣ୍ଡ ଖରାପ ହେଲା କି ନାହିଁ । ତେବେ ଖାତା ଦେଖୁଥିବା ଶିକ୍ଷକଙ୍କ ମୁଣ୍ଡ ବହୁ ମାତ୍ରାରେ ଖରାପ ହୋଇଯାଇଛି । ଏମିତି ଖରାପ ହେଲା ଯେ ସାର ଚୌକିରୁ ଖସି ତଳେ ପଡ଼ିଗଲେ । ପରୀକ୍ଷାରେ ଖାତାରେ ଲେଖାଯାଇଥିବା ଏହିସବୁ ଉତ୍ତର ଏବେ ଭାଇରାଲ ହେବାରେ ଲାଗିଛି । କିଛିଦିନ ପୂର୍ବରୁ ଗୁଆ ଘିଅକୁ ନେଇ ମଧ୍ୟ ଏକ ଘଟଣା ସାମ୍ନାକୁ ଆସିଥିଲା ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଛାତ୍ରଜଣଙ୍କ ପରୀକ୍ଷା ଖାତାରେ ହଳଦୀ ବସନ୍ତ, ନାଲି ଶାଢ଼ୀକୁ ଆଣିବା ପଛର ଉଦ୍ଦେଶ୍ୟ କ’ଣ । ବୋଧହୁଏ ଛାତ୍ର ଜଣଙ୍କ ଟିକେ ରୋମାଣ୍ଟିକ ହୋଇଗଲେ । ନଚେତ୍ ଛାତ୍ରଜଣଙ୍କ ଯେନତେନ ପ୍ରକାରେଣ ଇଆଡ଼ୁ ସିଆଡ଼ୁ ଲେଖି ଉତ୍ତର ଖାତା ପୂରଣ କରିବାକୁ ଚେଷ୍ଟା କରିଥିବେ । ସେ ଯାହା ବି ହେଉ ଛାତ୍ରଙ୍କର ଏହି ସାଇଣ୍ଟିଷ୍ଟ ବ୍ରେନକୁ ଲକ୍ଷେ ସାଲୁଟ୍ ମାରିବାକୁ ପଡ଼ିବ ।

Get real time updates directly on you device, subscribe now.