fbpx
BSKY SKY
BSKY SKY

ଇନଷ୍ଟାଣ୍ଟ ଲୋନ୍ ମାମଲାରେ EDର କାର୍ଯ୍ୟାନୁଷ୍ଠାନ: Paytm, Razorpay, Cashfree ଉପରେ ରେଡ୍

BSKY

ନୂଆଦିଲ୍ଳୀ: ଅନଲାଇନ ଋଣ ପ୍ରଦାନକାରୀ ସଂସ୍ଥା ଉପରେ ଇଡି ରେଡ୍ । ଅନଲାଇନ ପେମେଣ୍ଟ ଆପ୍ ରେଜରପେ, ପେଟିଏମ ଏବଂ କ୍ୟାଶଫ୍ରି ଉପରେ ଇଡିର ରେଡ୍ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚାଇନା ବ୍ୟକ୍ତିଙ୍କ ଦ୍ୱାରା  ନିୟନ୍ତ୍ରିତ ସ୍ମାର୍ଟଫୋନ୍ ଆଧାରିତ ଅବୈଧ ଇନଷ୍ଟାଣ୍ଟ ଲୋନ୍ ବିରୋଧରେ ଚାଲୁଥିବା ଯାଞ୍ଚ ଅନୂଯାୟୀ ଅନଲାଇନ ପେମେଣ୍ଟ ଗେଟୱେ, ରେଜରପେ, ପେଟିଏମ ଏବଂ କ୍ୟାଶଫ୍ରି ଭଳି କମ୍ପାନୀଙ୍କ ଠିକଣାରେ ରେଡ୍ କରିଛି ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକ ବୟାନରେ କହିଛି ଯେ “୨ ସେପ୍ଟେମ୍ବରରେ ଚାଇନିଜ୍ ଲୋନ୍ ଆପ୍ କେସ୍ ସହ ସମ୍ବନ୍ଧୀୟ ଯାଞ୍ଚକୁ ନେଇ ବେଙ୍ଗାଲୁରୁ ୬ଟି ସ୍ଥାନରେ ମନିଲଣ୍ଡ୍ରିଂ ଆକ୍ଟ ଅନୂଯାୟୀ ରେଡ୍ ଅଭିଯାନ ଚଳାଇଥିଲା । ଯାଞ୍ଚ ଏଜେନ୍ସୀ କହିଛି ଯେ ରେଡ୍ ସମୟରେ ମର୍ଚାଣ୍ଟ ଆଇଡି ଏବଂ ଚୀନ ବ୍ୟକ୍ତିଙ୍କ ଦ୍ୱାରା ନିୟନ୍ତ୍ରିତ ଏହି ଆପ୍ସରୁ ବ୍ୟାଙ୍କ୍ ଖାତାରେ ଥିବା ୧୭ କୋଟି ଟଙ୍କା ଜବତ କରିଛି ।

ଇଡି ଆହୁରି କହିଛି ଯେ, ଏହା ଜଣାପଡ଼ିଛି ଉକ୍ତ ସଂସ୍ଥାମାନେ ପେମେଣ୍ଟ ଗେଟୱେ ବା ବ୍ୟାଙ୍କ୍ ପାଖରେ ରଖାଯାଇଥିବା ବିଭିନ୍ନ ମର୍ଚାଣ୍ଟ ଆଇଡି ବା ଆକାଉଣ୍ଟ୍ସ ଦ୍ୱାରା ନିଜର ସନ୍ଦିଗ୍ଧ ଏବଂ ଅବୈଧ କାରବାର କରୁଥିଲେ । ଯାହାକୁ ନେଇ ଉକ୍ତ ସଂସ୍ଥାମାନଙ୍କ ଉପରେ ରେଡ୍ କରାଯାଇଛି । ଇଡି କହିଛି ଯେ ରେଡ୍ ସମୟରେ ମିଳିଥିବା ଦସ୍ତାବେଜରୁ ଜଣାପଡ଼ିଛି ଯେ ଏହି ସଂସ୍ଥାମାନେ ମର୍ଚାଣ୍ଟ ଆଇଡି ମାଧ୍ୟମରେ ଅପରାଧ ଆୟ ଉତ୍ପନ୍ନ କରୁଥିଲେ ।

ସୂଚନାଯୋଗ୍ୟ, ଦେଶରେ ସଞ୍ଚାଳିତ ୩୬୫ ଲୋନ୍ ଆପ୍ ସହ ପାର୍ଟନରସିପ୍ ରଖିଥିବା ଅଣ-ବ୍ୟାଙ୍କିଂ ଆର୍ଥିକ କମ୍ପାନୀ ଙ୍କ ମନି ଲଣ୍ଡ୍ରିଂ ଯାଞ୍ଚରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୮୦୦ କୋଟିରୁ ଅଧିକ ଟଙ୍କାର ଅପରାଧିକ ଆୟର ସ୍ରୋତ ପାଇଥିଲା ।

 

Get real time updates directly on you device, subscribe now.