fbpx

ଅଧିକ ଦାମରେ ଚିକେନ ବିକୁଥିବାରୁ ଜୀବନରୁ ମାରିଦେଲେ

ଭୁବନେଶ୍ୱର:୩୦ ।୪(ଓଡିଶା ଭାସ୍କର) : ବଢ଼ୁଛି ଅପରାଧ । ବଢ଼ୁଛି ଅପରାଧିକ ମାନସିକତା । ଛୋଟ ଛୋଟ ଘଟଣାରେ ଚାଲୁଛି ଚାଖୁ ,ଛୁରୀ । ଏବେ ସାମାନ୍ୟ ଚିକେନ ଦାମକୁ ନେଇ ଛୁରୀ ମାଡରେ ଜଣଙ୍କ ଜୀବନ ଯାଇଛି । ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ । ପଶ୍ଚିମବଂଗର ଶିରାଜ ଦିଲ୍ଲୀରେ ଠେଲା ଗାଡିରେ ମାଛ ବେପାର କରନ୍ତି । କିଛି ଦିନ ତଳେ ସେ ନୂଆକରି ଚିକେନ ବିକିବା ଆରମ୍ଭ କରିଥିଲେ । ଆଲମ ନାମକ ସ୍ଥାନୀୟ ଯୁବକ ତାଙ୍କ ଠାରୁ ଚିକେନ କିଣିବାକୁ ଆସିଥିଲା । କିଣିବା ପୂର୍ବରୁ ଶିରାଜକୁ ଦାମ ପଚାରିଲା । କିନ୍ତୁ ଶିରାଜ କହିଥିବା ଦାମ ଅଧିକଥିବା କହି ତା ସହ ଯୁକ୍ତିତର୍କ କଲା । ଓ ପରେ ନିଜ ତିନିଭାଇଙ୍କ ସହ ମିଶି ଶିରାଜ କୁ ଛୁରୀ ଓ ଲୁହା ରଡରେ ଆକ୍ରମଣ କଲା । ଘଟଣା ସ୍ଥଳରେ ଶିରଜ ମୃତ୍ୟୁ ବରଣ କରିଛି । ପୋଲିସ ଏହି ଘଟଣାରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରିଛି ।

Get real time updates directly on you device, subscribe now.