fbpx

ଏକାସାଙ୍ଗରେ ୫ଟି ଛୁଆଙ୍କୁ ଜନ୍ମ ଦେଲେ ମହିଳା

ଉତ୍ତରପ୍ରଦେଶର ବାରାବଙ୍କି ଅଞ୍ଚଳରେ ସୃଷ୍ଟିର ଏକ କମାଲ ଦେଖିବାକୁ ମିଳିଛି । କରୋନା ଯୋଗୁଁ ଲକ୍-ଡାଉନ୍ ଚାଲିଥିବା ବେଳେ ଜଣେ କୃଷକଙ୍କ ପତ୍ନୀ ଏକା ସାଙ୍ଗରେ ୫ଟି ଛୁଆଙ୍କୁ ଜନ୍ମ ଦେଇଛନ୍ତି । ନର୍ମାଲ ଡେଲିଭରୀରେ ଜନ୍ମ ହୋଇଥିବା ଛୁଆଙ୍କ ମଧ୍ୟରେ ୩ ଝିଅ ଓ ୨ ପୁଅ ଅଛନ୍ତି । ଏହା ସାଙ୍ଗରେ ୫ଟି ଛୁଆ ଜନ୍ମ ହୋଇଥିଲେ ବି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସୁସ୍ଥ ଅଛି, କିନ୍ତୁ ଓଜନ ସାମାନ୍ୟରୁ ଟିକେ କମିଯାଇଛି । ଏମାନଙ୍କର ଜନ୍ମ ଜିଲ୍ଲାର ସୀଏଚସୀ ସୁରତଗଞ୍ଜରେ ହୋଇଛି । ତେବେ କୁତଲପୁର ବାସିନ୍ଦା କୁନ୍ଦନଙ୍କ ପତ୍ନୀ ଅନୀତା ଆଜି ସକାଳ ୮ଟାରେ ଦ୍ୱିତୀୟ ଥର ପାଇଁ ମା ହୋଇଛନ୍ତି । ତାଙ୍କର ଆଗରୁ ଗୋଟିଏ ପୁଅ ଥିବା ବେଳେ ତାଙ୍କ ଘରକୁ ପୁଣି ଥରେ ଖୁସି ଆସିଛି ସେ କହିଛନ୍ତି । ପିଲାଙ୍କ ଜନ୍ମକୁ ନେଇ ପିତା-ମାତା ଉଭୟ ଖୁସି ଥିଲେ ବି ଆର୍ଥିକ ସ୍ଥିତିକୁ ନେଇ ପିଲାଙ୍କ ଭରଣପୋଷଣ ଠିକରେ କିପରି କରିବେ ବୋଲି ସେମାନେ ଚିନ୍ତିତ ।

Get real time updates directly on you device, subscribe now.