fbpx

(Video)ମେଟ୍ରୋରେ ଯୁବକଙ୍କ ଏ କି ଦୃଶ୍ୟ ! ଚଳନ୍ତା ଟ୍ରେନରେ ଟ୍ରଲି ଭିତରେ ଗାଧେଇବା ପରେ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି ଭିଡ଼ିଓ

ନୂଆଦିଲ୍ଲୀ: ମେଟ୍ରୋରେ ଦମ୍ପତି ଚୁମ୍ବନ ଏବଂ ନାଚ ରିଲ ତିଆରି କରିବାର ଭିଡିଓ ଅନେକ ଥର ଭାଇରାଲ ହୋଇଥିବା ଆପଣ ଦେଖିଥିବେ । କିନ୍ତୁ ଆପଣ ଚଳପ୍ରଚଳ ହେଉଥିବା ମେଟ୍ରୋରେ କାହାକୁ ଦେଖିଛନ୍ତି କି? ପୋଷାକ କାଢି ମେଟ୍ରୋରେ ଗାଧେଇବାର କଥା ହୁଏତ ଆପଣ ପ୍ରଥମ ଥର ଶୁଣିଥିବେ । ଆଉ ଏହି କଥା ଆପଣ ଶୁଣି ଆଶ୍ଚର୍ଯ୍ୟ ମଧ୍ୟ ହେବେ କିନ୍ତୁ ଏହା ସତ । ବର୍ତ୍ତମାନ ଏହି ଘଟଣା ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି ।

ତେବେ ଏହି ଭାଇରଲ ଭିଡିଓ ଟି ହେଉଛି ଆମେରିକାର ନ୍ୟୁୟର୍କ ଠାରେ । ଯେଉଁଠାରେ ମେଟ୍ରୋ ଟ୍ରେନ୍ ଭିତରେ ଜଣେ ବ୍ୟକ୍ତି ସ୍ନାନ କରୁଥିବା ଦେଖାଯାଉଛି। ଭିଡ଼ିଓ ଭାଇରଲ ହେବା ପରେ ଲୋକମାନେ ଏହି ଭିଡିଓ ଉପରେ କ୍ରମାଗତ ଭାବରେ ମନ୍ତବ୍ୟ ଦେଉଛନ୍ତି ।

ନିକଟରେ ସେହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଜଣେ ଯୁବକ ଯାତ୍ରୀ ଆସନରୁ ଉଠୁଥିବା ଦେଖିବାକୁ ମିଳିଛି। ଏହା ପରେ ସେ ମେଟ୍ରୋ ରେ ଏକ ଟ୍ରଲି ବ୍ୟାଗ ଖୋଲୁଛନ୍ତି । ଆଉ ତାହା ପରେ ଯାହା କରିଲେ ତାକୁ ବୁଝିବାରେ କୌଣସି ଯାତ୍ରୀମାନେ ସକ୍ଷମ ହେଉ ନାହାନ୍ତି । ବରଂ ତାଙ୍କୁ ଚାହିଁ ରହିଛନ୍ତି ।

ଭିଡ଼ିଓରେ ଦେଖିବାକୁ ମିଳୁଛି ଯୁବକ ଜଣକ ଗୋଟିଏ ପରେ ଗୋଟିଏ ପୋଷାକ କାଢିବା ଆରମ୍ଭ କରୁଛନ୍ତି । ଏହା ପରେ ସେ ଟ୍ରଲି ବ୍ୟାଗ ଖୋଲୁଛନ୍ତି । ଆଉ ତାପରେ ଏକ ଛୋଟ ଜାରରେ ପାଣି କାଢି ନିଜ ଉପରେ ଢ଼ାଳୁଛନ୍ତି । ଆଉ ସେ ସୁଟକେସ ଭିତରେ ଠିଆ ହୋଇଛନ୍ତି । କେବଳ ଏତିକିରେ ସେ ରହି ଯାଉ ନାହାଁନ୍ତି ବରଂ ଏହା ପରେ ସେ ନିଜ ଶରୀରରେ ସାବୁନ ଲଗାଉଛନ୍ତି। ପରେ ନିଜେ ପାଣି ମଧ୍ୟ ଢାଳି ହେଉଛନ୍ତି । ଶେଷରେ ସେ ତାଙ୍କ ଶରୀର ପୋଛି ଦେଇ ପୁଣି ତାଙ୍କ ପୋଷାକ ପିନ୍ଧୁଛନ୍ତି ।

ତେବେ ତାଙ୍କର ଏହି କାର୍ଯ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ କିଛି ଲୋକ ହସୁଥିବା ମଧ୍ୟ ଦେଖିବାକୁ ମିଳୁଛି । ତେବେ କିଛିଦିନ ତଳେ ଦିଲ୍ଲୀ ମେଟ୍ରୋରେ ଜଣେ ଯୁବକ ବିକିନିରେ ଯାଉଥିବା ଭିଡ଼ିଓ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଏହି ଘଟଣା ପରେ ସବୁ ଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

Get real time updates directly on you device, subscribe now.