fbpx
BJD
BJD SKY
BJD SKY

ମଇଦାନ ପୁରା ରେଡି, ଝାରସୁଗୁଡା ଆସନ ପାଇଁ ଏଥର ଯୁବ ଚେହେରା ମାନଙ୍କ ମଧ୍ୟରେ ହେବ ହେବୀ ଟକ୍କର

ଭୁବନେଶ୍ୱର: ଲଢ଼େଇ ପାଇଁ ମଇଦାନ ପୁରା ରେଡି । ବାସ ପ୍ରାର୍ଥୀ ପତ୍ର ଦାଖଲ ହେବା ବାକି ରହିଲା । ଏଥର ଝାରସୁଗୁଡା ରେ ହେବ ଯୁବବିଗ୍ରେଡଙ୍କ ହଲ୍ଲା ବୋଲ । ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ଟକ୍କର ଦେବା ପାଇଁ ବିଜେପି ମଇଦାନକୁ ଓହ୍ଲାଇବ ବିଜେପି ଯୁବ ଚେହେରା ତଥା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ । ସବୁ କିଛି ଆଲୋଚନା ସରିଛି କେବଳ ଘୋଷଣା ହେବା ବାକି ରହିଛି ।

ସୂଚନା ମୁତାବକ ରାଜ୍ୟରେ ଏବେ ରାଜନୈତିକ ମାହୋଲ ଏକ ଦମ ଉଷ୍ମ ରହିଛି । ଆଉ ସେପଟେ ଉପନିର୍ବାଚନ ପାଇଁ ବିଗୁଲ ବାଜିବା ପରଠାରୁ ଶାସକ ଦଳ ତାର ସମସ୍ତ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ସେପଟେ ବିରୋଧୀ ମାନେ ମଧ୍ୟ ଚୁପ ବସି ନାହାଁନ୍ତି । ପ୍ରସ୍ତୁତି ସହ ବୈଠକ ମଧ୍ୟ ଆରମ୍ଭ ହୋଇ ଯାଇଛି । ଆଗକୁ ୨୦୨୪ ନିର୍ବାଚନ ଥିବାରୁ ଏବେ ଜୋରଯୋର ସବୁ ଦଳ ଲାଗି ପଡିଛନ୍ତି ।
ବିଜୁ ଜନତା ଦଳ ନିର୍ବାଚନ ପାଇଁ ପ୍ରାର୍ଥୀ ନାମ ଘୋଷଣା କରି ସାରିଥିବା ବେଳେ ଏବେ କିଛି ଦିନ ମଧ୍ୟରେ ବିଜେପି ମଧ୍ୟ ଏହା ଘୋଷଣା କରିବ ବୋଲି ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ କହିଛନ୍ତି । ସେ କହିଛନ୍ତି ବିଜେପି ପକ୍ଷରୁ ଟଙ୍କଧରଙ୍କୁ ପ୍ରାର୍ଥି କରାଯିବ । ବାସ ଘୋଷଣା ବାକି ଅଛି ।

ସେପଟେ କଂଗ୍ରେସର ଅଙ୍କ ଏଯାବତ ଛିଡି ନାହିଁ । ଦଳ କାହାକୁ ପ୍ରାର୍ଥୀ କରିବ ତାହାର କୌଣସି ସୂଚନା ନାହିଁ । ବିଜେଡି ସ୍ୱର୍ଗତ ନବଦାସଙ୍କ ଝିଅଙ୍କୁ ଟିକେଟ ଦେଇ ଅନୁକମ୍ପା ଭୋଟ ଆଶାରେ ରହିଛି । କିନ୍ତୁ ଲୋକମାନେ ମଧ୍ୟ ଏବେ ଖୁବ ସଜାଗ ହୋଇଗଲେଣି । ଭାବିଚିନ୍ତି ସେମାନେ ତାଙ୍କର ଭୋଟ ଦେଉଛନ୍ତି । କେବଳ ଦେଖିବା ବାକି ରହିଲା ଉପଯୁକ୍ତ ପ୍ରାର୍ଥି ମାନଙ୍କ ମଧ୍ୟରୁ ଝାରସୁଗୁଡା ବାସୀ କାହାଉପରେ ତାଙ୍କର ଭରଷା ଓଜାଡୁଛନ୍ତି ।

ମେ’ ୧୦ରେ ଝାରସୁଗୁଡା ଉପ-ନିର୍ବାଚନ ପାଇଁ ଗୁରୁତ୍ୱପୂର୍ଣ୍ଣ ତାରିଖ
– ମେ’ ୧୩ରେ ଭୋଟ ଗଣତି
– ଏପ୍ରିଲ ୧୩ରେ ପ୍ରକାଶ ପାଇବ ବିଜ୍ଞପ୍ତି
– ୨୦ ଏପ୍ରିଲ ନାମାଙ୍କନ ଦାଖଲର ଶେଷ ତାରିଖ
– ୨୧ ଏପ୍ରିଲରେ ନାମାଙ୍କନ ପତ୍ର ଯାଞ୍ଚ
– ୨୪ ଏପ୍ରିଲ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ

Get real time updates directly on you device, subscribe now.