fbpx
BJD
BJD SKY
BJD SKY

ଆଠ ମାସରେ ଘୋଡ଼ା ସହ ୩ ଥର ଯୌନ ସମ୍ବନ୍ଧ, ୨୪ ବର୍ଷୀୟ ଯୁବକଙ୍କୁ ୧୦ ବର୍ଷ ଜେଲଦଣ୍ଡ

BJD

ନୂଆଦିଲ୍ଲୀ: ଅନେକ ସମୟରେ କିଛି ଲୋକ ଅମାନବୀୟ କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଥାନ୍ତି । ଆମେରିକାରେ ଜଣେ ବ୍ୟକ୍ତି ପଶୁ ସହ ଏପରି କାରନାମା କରି ଜେଲ ଯାଇଛନ୍ତି । ଜଣେ ୨୪ ବର୍ଷୀୟ ଯୁବକ ଏକ ଘୋଡ଼ା ସହ ଯୌନ ସମ୍ବନ୍ଧ ସ୍ଥାପନ କରି ୧୦ ବର୍ଷ ଜେଲଦଣ୍ଡ ପାଇଛନ୍ତି । ତେବେ ସିସିଟିଭିରେ ଯୁବକଙ୍କ ସମସ୍ତ କୁକାର୍ଯ୍ୟ କଏଦ ହୋଇଯାଇଥିଲା ।

ଟେକ୍ସାସ ସହରରେ ରହୁଥିବା ଉକ୍ତ ଯୁବକଙ୍କ ନାମ ମୈରୀ ବୁଗୋମା । ଘୋଡ଼ାକୁ ଦୁଷ୍କର୍ମ କରିଥିବା ନେଇ ବୁଗୋମା ସ୍ୱୀକାର କରିଛନ୍ତି । ତେବେ ଗତ ୨୦୨୦ ମସିହା ଜୁନ ମାସରୁ ୨୦୨୧ ମସିହା ଫେବୃଆରୀ ମଧ୍ୟରେ ବୁଗୋମା ଘୋଡ଼ାଶାଳରେ ୩ ଥର ଏହି ଘୃଣିତ କାର୍ଯ୍ୟ କରିଥିବା ଜଣାପଡ଼ିଥିଲା । ଯୌନ ସ୍ଥାପନ ପରେ ବୁଗୋମା ନଗ୍ନ ଅବସ୍ଥାରେ ଘୋଡ଼ାଶାଳରେ ବୁଲୁଥିବା କ୍ୟାମେରାରେ ଦେଖାଯାଇଥିଲା ।

ତେବେ ଘୋଡ଼ାଶାଳରେ ଘୋଡ଼ାଟି ଆହତ ଅବସ୍ଥାରେ ପଡ଼ିଥିବା ମାଲିକ ଦେଖିଥିଲେ । ମାଲିକ ସଙ୍ଗେସଙ୍ଗେ ଘୋଡ଼ାକୁ ପଶୁ ଚିକିତ୍ସକଙ୍କ ପାଖକୁ ନେଇ ଚିକିତ୍ସା କରାଇଥିଲେ । ଘୋଡ଼ା ସହ ଯୌନ ସମ୍ବନ୍ଧ ରଖାଯାଇଥିବା ଡାକ୍ତର କହିଥିଲେ । ତେବେ ସେ ସମୟରେ କେହି ବୁଗୋମା ଉପରେ ସନ୍ଦେହ କରିନଥିଲେ । ମାତ୍ର କିଛି ମାସ ପରେ ବୁଗୋମାକୁ ଘୋଡ଼ାଶାଳରେ ଦେଖିବା ପରେ ମାଲିକଙ୍କ ସନ୍ଦେହ ହୋଇଥିଲା । ଘୋଡ଼ାର ଗୋଡ଼ ପରସ୍ପର ସହ ବନ୍ଧା ହୋଇଥିବା ଯାଞ୍ଚ ଅଧିକାରୀମାନେ ଜାଣିବାକୁ ପାଇଥିଲେ । ଏହାପରେ ଅଭିଯୋଗ ଆଧାରରେ ବୁଗୋମାକୁ ଗିରଫ କରାଯାଇଥିଲା । ଡିଏନଏ ଟେଷ୍ଟରେ ଘୋଡ଼ା ଓ ବୁଗୋମାର ଡିଏନଏ ମ୍ୟାଚ ହୋଇଥିଲା ।

Get real time updates directly on you device, subscribe now.