fbpx

ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଅମିତ୍ ଶାହାଙ୍କ ଉଦବୋଧନ, କହିଲେ ବିଜେପି ରହିବ ୪୦ ବର୍ଷ

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ହ୍ରାଇଦ୍ରାବାଦରେ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ କହିଛନ୍ତି ଯେ ଆସନ୍ତା ୩୦-୪୦ ବର୍ଷ ପର୍ଯ୍ୟନ୍ତ ସମୟ ବିଜେପିର ରହିବ ଏବଂ ଏହି ସମୟରେ ଭାରତ ବିଶ୍ୱଗୁରୁ ହୋଇଯିବ । ଶାହା କହିଛନ୍ତି ଯେ ପରିବାରବାଦ, ଜାତିବାଦ ଏସବୁ ଦେଶର ରାଜନୀତି ପାଇଁ ବଡ଼ ଅଭିଶାପ ଥିଲା, ଯାହା ଦେଶକୁ କ୍ଷତି ପହଞ୍ଚାଉଥିଲା ।

ଗୃହମନ୍ତ୍ରୀ କହିଛନ୍ତି ଯେ ଭାଜପା ତେଲଙ୍ଗାନା ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ପାରିବାରିକ ଶାସନ ଶେଷ କରିଦେବ ଏବଂ ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଏବଂ ଓଡ଼ିଶା ସହ ଅନ୍ୟ ରାଜ୍ୟରେ ମଧ୍ୟ ଶାସନକୁ ଆସିବ ।

ଅମିତ୍ ଶାହା ନିକଟରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଐତିହାସିକ କହିଛନ୍ତି, ଯେଉଁଥିରେ ଦିବଙ୍ଗତ ସାଂସଦ ଏହସାନ ଜାଫରୀଙ୍କ ପତ୍ନୀ ଜକିଆ ଜାଫରୀଙ୍କ ଯାଚିକା ଖାରଜ କରିଥିଲେ । ଯାଚିକାରେ ଗୁଜରଟରେ ୨୦୦୨ ଦଙ୍ଗା ମାମଲାରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ୬୪ ଜଣଙ୍କ ନାମରେ ଏସଆଇଟି କ୍ଲିନ ଚିଟକ କୁ ଚାଲେଞ୍ଜ କରାଯାଇଥିଲା । ଶାହା କହିଥିଲେ ଯେ ମୋଦୀ ନିଜେ ଏହାର ସାମ୍ନା କରିଥିଲେ ଏବଂ ସମ୍ବିଧାନରେ ନିଜର ବିଶ୍ୱାସ ବଜାୟ ରଖିଥିଲେ ।

ଉଲ୍ଲେଖଯୋଗ୍ୟ, ହାଇଦ୍ରାବାଦାର ଇଣ୍ଟନାସନାଲ କନଭେନସନ ସେଣ୍ଟରଠାରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଚାଲିଛି, ଆଜି ଏହାର ଦ୍ୱିତୀୟ ଦିନ ଥିଲା । ବୈଠକରେ ବିଜେପିର ଅନେକ ବଡ଼ ବଡ଼ ତୁଙ୍ଗ ନେତା ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.