fbpx

ଚଳନ୍ତା ଟ୍ରେନରେ ଲାଗିଗଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପାଟଣା: ବିହାର ମୋତିହାରୀରେ ରବିବାର ଏକ ପାସେଞ୍ଜର ଟ୍ରେନର ଇଞ୍ଜିନରେ ନିଆଁ ଲାଗିଯାଇଥିଲା । ଟ୍ରେନଟି ନିଜ ଗନ୍ତବ୍ୟ ସ୍ଥଳକୁ ଯାଉଥିବାବେଳେ ହିଁ ନିଆଁ ଲାଗିଯାଇଥିଲା । ଏହି ସମୟରେ ଟ୍ରେନରେ ଅନେକ ଯାତ୍ରୀ ରହିଥିଲେ । ସୌଭଗ୍ୟବସତଃ କେହିି ଯାତ୍ରୀ ଏଥିରେ ମୃତାହତ ହୋଇନାହାନ୍ତି ।

ସୂଚନା ଅନୂଯାୟୀ, ଏହି ପାସେଞ୍ଜର ଟ୍ରେନ୍ ରକ୍ସୋଲି ଠାରୁ ନରକଟିୟାଗଞ୍ଜ ଯାଉଥିବା ବେଳେ ସକାଳ ୬ ଟାରୁ ସାଢ଼େ ୬ ଟା ମଧ୍ୟରେ ଏଥିରେ ନିଆଁ ଲାଗିଯାଇଥିଲା । ତେବେ ନିଆଁ ଲାଗିବା ଜାଣିପାରି ସଙ୍ଗେ ସଙ୍ଗେ ରେଳ କର୍ମଚାରୀ ଟ୍ରେନ୍ ରୋକିଥିଲେ ଏବଂ ଏହି ସମୟରେ ଭୟଭୀତ ଯାତ୍ରୀ ତଳକୁ ଓହ୍ଲାଇପଡ଼ିଥିଲେ ।

ସେପଟେ ଘଟଣା ସଂପର୍କରେ ସୂଚନା ପାଇଁ ସଙ୍ଗେ ସଙ୍ଗେ ରେଳ ବିଭାଗ କର୍ମଚାରୀ ସେଠାରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ । ଏହାପରେ ଏହାପରେ ଇଞ୍ଜିନ ସହ ଲାଗିରହିଥିବା ବଗିକୁ ଅଲଗା କରାଯାଇ ଅନ୍ୟ ଇଞ୍ଜିନ୍ ସହ ଯୋଡ଼ା ଯାଇଥିଲା ଏହାପରେ ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଯାଇଥିଲା । ତେବେ ନିଆଁ ଲାଗିବା ଠିକ୍ ସମୟରେ ଜଣା ପଡ଼ିଯାଇଥିବାରୁ ଏକ ବଡ଼ ଧରଣର ଦୁର୍ଘଟଣାରୁ ରକ୍ଷା ହୋଇଯାଇଥିଲା ।

Get real time updates directly on you device, subscribe now.