fbpx
BJD
BJD SKY
BJD SKY

ଆପରେ ପ୍ରେମିକା ବଦଳରେ ମିଳିଲା ଭଉଣୀ: ରାକ୍ଷୀକୁ ନେଇ ଯୁବକଙ୍କ ମନ କୁଣ୍ଢେମୋଟ

ନୂଆଦିଲ୍ଲୀ: ଆଜିକାଲିର ଯୁବ ପିଢି ଗାର୍ଲଫ୍ରେଣ୍ଟ ବୟଫ୍ରେଣ୍ଡ ଖୋଜିବାରେ ବ୍ୟସ୍ତ ରହୁଛନ୍ତି । ଏପରିକି ଗୋଟେ ଭଲ ଜୀବନସାଥୀ ଖୋଜିବା ପାଇଁ ଅନେକ ସୋସିଆଲ ସାଇଟ୍ ଓ ଆପର ମଧ୍ୟ ବ୍ୟବହାର କରୁଛନ୍ତି । କିନ୍ତୁ ଏହାରି ମଧ୍ୟରେ ଖୁବ୍ ଟ୍ରେଣ୍ଡରେ ଅଛି Tinder ଆପ । ଏହି ଆପ ମାଧ୍ୟମରେ ଯୁବ ପିଢିମୀନେ ନିଜ ନିଜ ପାଇଁ ଜୀବନସାଥୀ ଖୋଜିବାର ଲାଗିଛନ୍ତି । କିନ୍ତୁ ଏହାରି ମଧ୍ୟରେ ଜଣେ ଯୁବକ ଏହି Tinder ଆପରୁ ଏପରି ଏକ ଜିନିଷ ଖୋଜି ପାଇଛନ୍ତି ଯାହା ଜଣିଲେ ଆପଣ ମଧ୍ୟ ଆଶ୍ଚଯ୍ୟ ହୋଇଯିବେ ।

ଆଗକୁ ଭାଇ ଭଉଣୀଙ୍କ ପର୍ବ ରକ୍ଷାବନ୍ଧନ ଆସୁଥିବା ବେଳେ ପ୍ରତ୍ୟେକ ଭାଇ ତା ଭଉଣୀ ହାତରୁ ରାକ୍ଷୀବାନ୍ଧିବା ପାଇଁ ଚାତକ ପରି ଚାହିଁ ରହିଥାଏ । ତେବେ ଜଣେ ବ୍ୟକ୍ତି Tinder ନାମକ ଏକ ଆପରୁ ଭଉଣୀ ଖୋଜି ପାଇଛନ୍ତି । ତେବେ ଏହି ଆପ୍ ଟି କପଲ ମାନଙ୍କ ପାଇଁ ଉପଲବ୍ଧ ହେଉଥିବା ବେଳେ ଏଥିରୁ କିନ୍ତୁ ଜଣେ ଯୁବକ ଭଉଣୀ ପାଇଛନ୍ତି । ଯହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାର ଲାଗିଛି । ତେବେ ଏହି ଯୁବକ ଜଣଙ୍କ ମୁମ୍ବାଇ ସହରର ବୋଲି ଜଣା ପଡିଛି । ତାଙ୍କ କହିବା ଅନୁଯାୟୀ ତାଙ୍କର କୌଣସି ଭଉଣୀ ନ ଥଇଲେ । ତେଣୁ ରକ୍ଷା ବନ୍ଧନରେ ହାତରେ ରାକ୍ଷୀ ବାନ୍ଧିବାକୁ ଯୁବକ ଜଣଙ୍କ ଏକ ଭଉଣୀ ଖୋଜୁଥିଲେ । ଯେଉଁଥିପାଇଁ ସେ ଏହି Tinder ଆପର ସାହାଯ୍ୟ ନେଇଥିଲେ । ସେ ଏହି ଆପରେ ତାଙ୍କ ବାୟୋରେ ଲେଖିଥିଲେ ରକ୍ଷା ବନ୍ଧନ ପାଇଁ ଏକ ଭଉଣୀ ଖୋଜୁଛି । ତାଙ୍କ ଏହି ପୋଷ୍ଟଟି ଡେଟିଙ୍ଗ ଆପ Tinder ରେ ଖୁବ ଭାଇରାଲ ହୋଇଥିଲା ଶଷରେ ତାଙ୍କୁ ରକ୍ଷାବନ୍ଧନ ପାଇଁ ଗୋଟିଏ ନୁହେଁ ବରଂ ଦୁଇଟି ଭଉଣୀ ମିଳିଛି । ତେବେ ଯୁବକ ଜଣକ Tinder ଆପକୁ ଧନ୍ୟବାଦ ଦେବା ସହ କହିଛନ୍ତି ଯେ ଏଥର ସେ ରାକ୍ଷୀ ପର୍ବକୁ ତାଙ୍କ ୨ ଭଉଣୀଙ୍କ ସହ ଖୁବ ଧୁମଧାମରେ ପାଳନ କରିବେ ।

Get real time updates directly on you device, subscribe now.