fbpx

ସ୍ୱାଧୀନତା ଦିବସରେ ଉଡିବ ନାହିଁ ତ୍ରିରଙ୍ଗା , କାହିଁକି ଏଭଳି ବିବାଦୀୟ ବୟାନ ଦେଲେ ସାଂସଦ

ଚଣ୍ଡୀଗଡ: ଦେଶ ତାର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି କରୁଥିବା ଅବସରରେ ଦେଶରେ ସମସ୍ତ ଘରେ କିଭଳି ଏହି ଦିନ ତ୍ରିରଙ୍ଗା ଲହରିବ ଏହାକୁ ନେଇ ହର ଘର ତ୍ରିରଙ୍ଗା ନାମ ଏକ ଅଭିଯାନ ଆରମ୍ଭ କରିଛି । ଏହି ଅଭିଯାନ ମାଧ୍ୟରେ ମୋଦୀ ସମସ୍ତ ଦେଶ ବାସୀଙ୍କୁ ଯୋଡି ହେବାକୁ ଅନୁରୋଧ କରିଛନ୍ତି । ଏହି ଅଭିଯାନରେ ଦେଶବାସୀ କେବଳ ଯୋଡୀ ହୋଇ ନାହାନ୍ତି ବରଂ ସମସ୍ତେ ତାଙ୍କର ପ୍ରୟାସ ମଧ୍ୟ ଜାରି କରିନ୍ତି ।

କିନ୍ତୁ ଠିକ ଏହି ସମୟରେ ପ୍ରଧାନମନ୍ତ୍ରୀ ଙ୍କ ଲହି ଅଭିଯାନକୁ ବର୍ଜନ କରିଛନ୍ତ ଶିରୋମଣୀ ଅକାଳୀ ଦଳର ମୁଖ୍ୟ ସିମରନଜିତ ସିଂ ମାନ । ଏହାପରେ ବିବାଦ ଆରମ୍ଭ ହୋଇଛି । ମଙ୍ଗଳବାର ଦିନ ଦେଇଥିବା ଏକ ବାର୍ତ୍ତାରେ ସେ ପ୍ରକାଶ କରିଛନ୍ତି ଯେ ଅଗଷ୍ଟ୧୪-୧୫ ତାରିଖ ଦିନ ଘରେ ଏବଂ ଅଫିସରେ ନିଶାନ ସାହିବ ଉତ୍ତୋଳନ କରିବା ଲାଗି ମୁଁ ଆପଣ ମାନଙ୍କୁ ଅନୁରୋଧ କରୁଛି । ସେ କହିଥିଲେ ଆମ ଭିତରେ ଆଉ ଉପସ୍ଥିତ ନଥିବା ଦୀପ ସିନ୍ଧୁ କହିଥିଲେ ଯେ ଶିଖ ମାନେ ହେଉଛନ୍ତି ସ୍ୱାଧୀନ ଏବଂ ଭିନ୍ନ ସଂମ୍ପ୍ରଦାୟର ।

ଭାରତୀୟ ସେନାକୁ ଏହି ବିଚ୍ଛିନ୍ନତାବାଦୀ ନେତା ‘ଶତ୍ରୁ’ ସେନା ବୋଲି ମଧ୍ୟ କହିଛନ୍ତି। ନିହତ ଖଲିସ୍ତାନୀ ଆତଙ୍କବାଦୀ ଜର୍ଣ୍ଣେଲ୍ ସିଂହ ଭିନ୍ଦ୍ରେନ୍ୱାଲେ ଶତ୍ରୁ ସେନା ସହ ଲଢ଼େଇ କରି ସହିଦ ହୋଇଥିଲେ।ବେଆଇନ ଘୋଷିତ ‘ଶିଖ୍ସ୍ ଫର୍ ଜଷ୍ଟିସ୍’ର (ଏସ୍ଏଫ୍ଜେ) ପ୍ରତିନିଧିତ୍ବ କରୁଥିବା ଆତଙ୍କବାଦୀ ଗୁରପତୱନ୍ତ ସିଂ ପାନ୍ନୁନ୍ ମଧ୍ୟ ଜାତୀୟ ପତାକା ପୋଡ଼ିବା ପକାଇ ସ୍ବାଧୀନତା ଦିବସରେ ଖଲିସ୍ତାନୀ ପତାକା ଉତ୍ତୋଳନ କରିବା ଲାଗି ଭିଡିଓ ବାର୍ତ୍ତାରେ ପଞ୍ଜାବ ଜନସାଧାରଣଙ୍କୁ ଉସ୍କାଇଛନ୍ତି।

ତେବେ ଏହି ବିବାଦୀୟ ବୟାନ ଦେବା ପରେ ଏସଏଡି ନେତା ଡକ୍ତର ଦଲଜିତ ଚେମା କହିଛନ୍ତି ଯେ ଜାତୀୟ ପତାକା ସମସ୍ତଙ୍କର ଏହାକୁ ନେଇ ସମସ୍ତେ ଗର୍ବୀତ, ଆଉ ପଞ୍ଜାବୀ ମାନେ ମଧ୍ୟ ଏହାକୁ ନେଇ ବେଶ ଗର୍ବିତ ତେଣୁ ଏଭଳିକିଛି ବିବାଦୀୟ ବୟାନ ଦେଇ ଲୋକ ମାନଙ୍କ ମନରେ କୌଣସି ଭେଦ ଭାବ ସୃଷ୍ଟି ନକରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହି ଘଟଣାରେ ଆପର ମୁଖପାତ୍ର ମଧ୍ୟ କହିଛନ୍ତି ଯେ ହର ଘର ତ୍ରିରଙ୍ଗା ସ୍କିମକୁ ମନା କରିବା ବହୁତ ବଡ ଲଜ୍ୟାର କଥା । ଏଭଳି କହି ସେ ତାଙ୍କର ବାସ୍ତବିକ ଚେହେରା ପଦାରେ ପକାଉଛନ୍ତି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.