fbpx

ମହିଳା ପ୍ରଫେସରଙ୍କର ବିକିନି ପୋଷ୍ଟକୁ ଲୁଚି ଦେଖୁଥିଲା ଛାତ୍ର: ଧରା ପଡିବା ପରେ ….

କୋଲକାତା: କୋଲକାତାର ସେଣ୍ଟ ଜାଭିଅର ବିଶ୍ୱବିଦ୍ୟାଳୟରୁ ଆସିଛି ଏକ ଭୟନାକ କାହାଣୀ । ଜଣେ ପୂର୍ବତନ ସହାୟକ ପ୍ରଫେସରଙ୍କୁ ଚାକିରି ଛାଡିବା ପାଇଁ ବାଧ୍ୟ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ତେବେ ବିଶ୍ୱବିଦ୍ୟାଳୟକୁ ଏହି ଅପୂରଣୀୟ କ୍ଷତି ପାଇଁ ତାଙ୍କୁ ୯୯ କୋଟି ଟଙ୍କା କ୍ଷତିପୂରଣ ଦେବାକୁ କୁହାଯାଇଛି । ତେବେ ଏହାର ସୂତାକିଅ ଯୋଡି ହୋଇଛି ଜଣେ ଛାତ୍ରର ମୋବାଇଲ ବ୍ୟବହାର କରିବା ଘଟଣା ସହିତ । ଇନଷ୍ଟାଗ୍ରାମରେ ବିକିନି ପିନ୍ଧା ଫଟୋ ଦେକୁତିବା ବେଳେ ଧରାପଡିବାରୁ ଏପରି କିଛି ଘଟଣା ଘଟିଥିବା କୁହାଯାଇଛି । ତେବେ ଆସନ୍ତୁ ଜାଣିବା ଘଟଣାର ପ୍ରକୃତ ସତ୍ୟାସତ୍ୟ ।

ଗ୍ରାଜୁଏସନ ପ୍ରଥମ ବର୍ଷରେ ପଢୁଥିବା ଜଣେ ଛାତ୍ରଙ୍କ ପିତା ବି.କେ. ମୁଖାର୍ଜୀ ବିଶ୍ୱବିଦ୍ୟାଳୟକୁ ଏକ ପତ୍ର ଲେଖିଥିଲେ । ଏଥିରେ ସେ ଆରୋପ ଲଗାଇଛନ୍ତି ଯେ, ସେ ତାଙ୍କୁ ପୁଅକୁ ବିଶ୍ୱବିଦ୍ୟାଳୟର ପ୍ରଫେସରଙ୍କ ଫଟୋ ଦେଖୁଥିବା ବେଳେ ଧରିଛନ୍ତି । ତେବେ ପ୍ରଫେସରଙ୍କ ଏହି ଫଟୋ ଆପତ୍ତିଜନକ, ଅଶ୍ଳୀଳ ଏବଂ ନ୍ୟୁଡିଟି ଉପରେ ଥିବା ସେ ଅଭିଯୋଗ କରିଛନ୍ତି । ପୁଅକୁ ପ୍ରଫେସରଙ୍କ ଏହି ଫଟୋ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଜଣେ ଶିକ୍ଷକଙ୍କୁ ବିକିନିରେ ଦେଖିବା ଏବଂ ଏହାକୁ ସୋସିଆଲ ମିଡିଆରେ ଅପଲୋଡ କରିବା ନିଶ୍ଚିତ ରୂପରେ ଏକ ଲଜ୍ଜାଜନକ ଘଟଣା ବୋଲି କହିଛନ୍ତି ଛାତ୍ରଙ୍କ ପିତା ।

ସେପଟେ ପ୍ରଫେସରଜଣକ ଦାବି କରିଛନ୍ତି ଯେ, ବିଶ୍ୱବିଦ୍ୟାଳୟ ପ୍ରଶାସନ ତାଙ୍କୁ ଜଣେ ସ୍ନାତକ ଛାତ୍ରଙ୍କ ପିତାଙ୍କ ଅଭିଯୋଗରେ ଇସ୍ତଫା ଦେବାପାଇଁ ବାଧ୍ୟ କରାଯାଇଥିଲା । ତାଙ୍କର ଏହି ଇନଷ୍ଟାଗ୍ରାମ ପୋଷ୍ଟକୁ ଆପତ୍ତିଜନକ ବୋଲି ସେ ପ୍ରକାଶ କରିଛନ୍ତି । ପ୍ରଫେସରଙ୍କୁ ବିଶ୍ୱବିଦ୍ୟାଳୟର ରେଜି୍େଟ୍ରାର ଏବଂ କୂଳପତିଙ୍କ ସହିତ ଏକ ବୈଠକରେ ଅଭିଯୋଗ ପତ୍ର ପଢାଯିବା ସହିତ ତାଙ୍କ ପଦ ଛାହିବା ପାଇଁ କୁହାଯାଇଥିବା ସେ ଦାବି କରିଛନ୍ତି ।

Get real time updates directly on you device, subscribe now.