fbpx

ବଦଳିଯିବ Mumbai Indiansର ଲୁକ! ଟି-୨୦ ଲିଗ ପାଇଁ ହେବ ନୂଆ ନାଁ ଆଉ ଲୋଗୋ

ନୂଆଦିଲ୍ଲୀ: ଆଇପିଏଲ ଫ୍ରାଞ୍ଚାଇଜି ମୁମ୍ବାଇ ଇଣ୍ଡିଆନ୍ସର ମାଲିକାନା ରଖିଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ଲିମିଟେଡ ଦଳକୁ ନେଇ ଏକ ବଡ ପରିବର୍ତ୍ତନର ଘୋଷଣା କରିଛି । ମୁମ୍ବାଇ ଇଣ୍ଡିଆନ୍ସର ୱାନ ଫ୍ୟାମିଲିରେ ସାମିଲ ହେବାକୁ ଥିବା ୨ଟି ନୂଆ ଫ୍ରାଞ୍ଚାଇଜିର ନାଁ ଏବଂ ଲୋଗୋ ଘୋଷଣା କରିଛି କମ୍ପାନୀ । ୟୁଏଇ ଏବଂ ସାଉଥ ଆଫ୍ରିକାରେ ହେବାକୁ ଥିବା ଟି-୨୦ ଲିଗରେ ଭାଗ ନେବ ମୁମ୍ବାଇ ଇଣ୍ଡିଆନ୍ସ । ତେବେ ଏଥିପାଇଁ ନିଜ ନାମ ଏବଂ ଲୋଗୋ ଘୋଷଣା କରାଯାଇଛି ।

ୟୁଏଇ ଟି-୨୦ ଲିଗରେ “MI Emirates” ଏବଂ ସାଉଥ ଆଫ୍ରିକା ଟି-୨୦ ଲିଗରେ “MI Capetown” ନାଁରେ ଖେଳିବ ମୁମ୍ବାଇ ଇଣ୍ଡିଆନ୍ସ । ଦୁନିଆର ବିଭିନ୍ନ ଟି-୨୦ ଲିଗରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଛି ମୁମ୍ବାଇ ଇଣ୍ଡିଆନ୍ସ । ଠିକ ସେହିପରି ଏହି ୨ ଟିମକୁ ମଧ୍ୟ ପରିଚୟ ମିଳିବ ବୋଲି ଆଶା କରାଯାଉଛି ।

ତେବେ ୱାନ ଫ୍ୟାମିଲିର ନୂଆ ମେମ୍ବର MI Emirates ଏବଂ MI Capetownର ସ୍ୱାଗତ କରି ଖୁବ ଖୁସି ଥିବା କହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ଡାଇରେକ୍ଟର ନୀତା ଅମ୍ବାନୀ । ଏବେ ଏମଆଇ ଆମ ପାଇଁ କ୍ରିକେଟରୁ ବହୁତ ଆଗକୁ ଯାଇସାରିଛି ବୋଲି ସେ ପ୍ରକାଶ କରିଛନ୍ତି । ତେବେ ଏହି ଦୁଇ ନୂଆ ଟିମ ବିଶ୍ୱସ୍ତରରେ କ୍ରିକେଟକୁ ଆହୁରି ଉଚ୍ଚକୁ ନେବ ବୋଲି ଆଶା ରଖିଛନ୍ତି ନୀତା ଅମ୍ବାନୀ ।

Get real time updates directly on you device, subscribe now.