fbpx

ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର: ୧୫ କୋଟି ଲୋକଙ୍କ ପାଇଁ ଏହି ନିୟମ ଲାଗୁ କରିବେ ସରକାର

ନୂଆଦିଲ୍ଲୀ: ସରକାର ରାସନ କାର୍ଡଧାରୀଙ୍କ ସୁବିଧା ପାଇଁ ସମୟ ସମୟରେ ଅନେକ ପଦକ୍ଷେପ ନେଉଛନ୍ତି । ଏବେ ୟୁପି ସରକାର ଜନସାଧାରଣ ରାସନ ବଣ୍ଟନ ବ୍ୟବସ୍ଥାରେ ଏକ ବଡ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କ ପ୍ରସ୍ତୁତି ଅଧୀନରେ, ୨୦୨୩ ମସିହାର ଆରମ୍ଭରୁ ରାଜ୍ୟର ସମସ୍ତ ଜିଲ୍ଲାରେ ସର୍ବସାଧାରଣ ବଣ୍ଟନ ବ୍ୟବସ୍ଥା ଅନୁଯାୟୀ, ରେସନ ଦୋକାନରୁ ଫୋର୍ଟିଫାଇଡ ବା ପୋଷକ ତତ୍ତ୍ୱ ଯୁକ୍ତ ଚାଉଳ ଉପଲବ୍ଧ ହେବ ।

ରାସନ ଦୋକାନରେ ଉପଲବ୍ଧ ଏହି ଚାଉଳ ପୁଷ୍ଟିକର ହେବ । ଏଥିରେ ପୋଷଣ ପାଇଁ ଜରୁରୀ ଆଇରନ୍, ଫୋଲିକ୍ ଏସିଡ୍ ଏବଂ ଭିଟାମିନ୍ ବି -୧୨ ରହିବ । ସାର୍ବଜୀନକ ବିତରଣ ପ୍ରଣାଳୀ ଅଧୀନରେ ୟୁପିରେ ପ୍ରାୟ ୮୦ ହଜାର ରାସନ ଦୋକାନ ଅଛି । ଏହି ଦୋକାନଗୁଡିକ ମାଧ୍ୟମରେ ୩.୫୯ କୋଟି ରାସନ କାର୍ଡଧାରୀଙ୍କ ସମ୍ପର୍କୀୟଙ୍କ ନିକଟରେ ଫୋର୍ଟିଫାଇଡ ଚାଉଳ ପହଞ୍ଚିବ । ଏଥିରେ ରାସନକାର୍ଡଧାରୀ ପ୍ରାୟ ୧୫ କୋଟି ପରିବାରକୁ ପୁଷ୍ଟିହୀନତାରୁ ରକ୍ଷା କରିବାରେ ସାହାଯ୍ୟ ମିଳିବ ।

ତେବେ ସେପ୍ଟେମ୍ବର ୨୦୨୧ ରୁ ୟୁପିରେ ମିଡ୍ ଡେ ଭୋଜନ ଯୋଜନା ଏବଂ ଆଇସିଡିଏସ ପାଇଁ ଫୋର୍ଟିଫାଇଡ ଚାଉଳ ଦିଆଯାଉଛି । ଜୁନ୍ ମାସରେ ରାଜ୍ୟର ୩୧ ଟି ଜିଲ୍ଲାର ରାସନ ଦୋକାନରୁ ଫୋର୍ଟିଫାଇଡ ଚାଉଳ ବଣ୍ଟନ କରାଯାଇଥିଲା । ଖାଦ୍ୟ ନିଗମ ପକ୍ଷରୁ ରାଜ୍ୟକୁ ଏହି ଚାଉଳ ଯୋଗାଇ ଦିଆଯାଉଛି ।

Get real time updates directly on you device, subscribe now.