fbpx

(Video) ଚନ୍ଦ୍ରରେ ବିଚରଣ କରୁଛି ଏକ ମାନବ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଚନ୍ଦ୍ରପୃଷ୍ଠର ଏହି ଫଟୋ, ବିସ୍ମୟ ଭିଡିଓକୁ ନେଇ ସବୁଠି ଚର୍ଚ୍ଚା

ନୂଆଦିଲ୍ଲୀ: ଆଜିକୁ ଠିକ୍ ସାତ ଦିନ ତଳେ ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା ଯେତେବେଳେ ଚନ୍ଦ୍ରଯାନ ୩ ଧୀରେ ଧୀରେ ଚନ୍ଦ୍ରମାର ଦକ୍ଷିଣ ମେରୁରେ ଅବତରଣ କରିଥିଲା । ବିକ୍ରମ ଲ୍ୟାଣ୍ଡର ଯେବେଠାରୁ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ କରିଛି ଇସ୍ରୋ ଚନ୍ଦ୍ରପୃଷ୍ଠରୁ ଲଗାତର ଅପଡେଟ୍ ଦେବାରେ ଲାଗିଛି । ବିକ୍ରମ ଲ୍ୟାଣ୍ଡରରୁ ବାହାରି ଚନ୍ଦ୍ରପୃଷ୍ଠରେ ଘୁରି ବୁଲୁଥିବା ପ୍ରଜ୍ଞାନ ସଲଫର, ଅକ୍ସିଜେନ ସହିତ ବହୁ ତତ୍ତ୍ୱର ସନ୍ଧାନ କରିସାରିଲାଣି । ଏବେ ରୋଭର ଏଠାରେ ହାଇଡ୍ରୋଜେନର ସନ୍ଧାନ କରୁଛି । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ବ୍ୟକ୍ତି ଚନ୍ଦ୍ରପୃଷ୍ଠରେ ଚାଲୁଥିବାର ନଜର ଆସୁଛି । ଏହି ଭିଡିଓଟିକୁ ଦେଖି ସମସ୍ତେ ଏବେ ଆଶ୍ଚର୍ଯ୍ୟ ଚକିତ । ଆସନ୍ତୁ ଜାଣିବା ଏହି ଭିଡିଓ ପଛର ସତ୍ୟତା କ’ଣ ରହିଛିି ?

ଚନ୍ଦ୍ରଯାନ ୩ ର ଲ୍ୟାଣ୍ଡିଂ ସହିତ ଭାରତ ମହାକାଶରେ ନିଜର ନାମକୁ ଅମର କରିଦେଇଛି । ଏହା ମାନବ ରହିତ ମହାକାଶ ଯାନ । ବିକ୍ରମ ଲ୍ୟାଣ୍ଡରରୁ ବାହାରି ରୋଭର ପ୍ରଜ୍ଞାନ ଲଗାତର ଚନ୍ଦ୍ରପୃଷ୍ଠରେ ବିଚରଣ କରୁଛି । ରୋଭରର କାମ ଚନ୍ଦ୍ରରେ ଜୀବନର ସନ୍ଧାନ ସହିତ ବିଭିନ୍ନ ତତ୍ତ୍ୱର ସନ୍ଧାନ କରିବା । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହେଉଥିବା ଏକ ଭିଡିଓ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ଭିଡିଓରେ ଦେଖିବାକୁ ମିଳୁଥିବା ବ୍ୟକ୍ତି ଜଣକ ବେଙ୍ଗାଲୁରର ଜଣେ କଳାକାର ଯିଏକି ୨୦୧୯ରେ ଏକ ରଚନାତ୍ମକ ପରୀକ୍ଷଣ କରିଥିଲେ । ଭିଡିଓରେ ବ୍ୟକ୍ତି ଜଣକ ସ୍ପେସଶୁଟ ପିନ୍ଧିଛନ୍ତି ଓ ଚନ୍ଦ୍ରପୃଷ୍ଠରେ ବୁଲଥିବା ପରି ନଜର ଆସୁଛନ୍ତି । ତେବେ ପ୍ରକୃତ ଘଟଣା ହେଉଛି ସେ ଚନ୍ଦ୍ରପୃଷ୍ଠରେ ଚାଲୁନାହାନ୍ତି ବରଂ ସେ ସ୍ପେସଶୁଟ ପିନ୍ଧି ବେଙ୍ଗାଲୁରର ଏପରି ଏକ ସଡକରେ ଚାଲୁଛନ୍ତି ଯାହା ଚନ୍ଦ୍ରପୃଷ୍ଠ ପରି ଗର୍ତ୍ତରେ ଭରି ରହିଛି । ଏହି ଅଞ୍ଚଳକୁ ଚନ୍ଦ୍ରପୃଷ୍ଠ ସହ ତୁଳନା କରାଯାଉଛି ।

Get real time updates directly on you device, subscribe now.