fbpx

ସ୍ନାକ୍ସ ପ୍ୟାକେଟରେ ଲୁଚାଇ ନେଉଥିଲେ କୋଟି କୋଟି ଟଙ୍କାର ହୀରା, ଧରାପଡ଼ିଗଲେ ବ୍ୟକ୍ତି

ଜଣେ ବ୍ୟକ୍ତି ଭିନ୍ନ ଉପାୟରେ ଏୟାରପୋର୍ଟରେ ଅବୈଧ ଭାବରେ ହୀରା ନେଇଯାଉଥିବାବେଳେ ଧରାପଡ଼ି ଗିରଫ ହୋଇଛନ୍ତି । ସୁଟକେସ୍ ରେ ସ୍ନାକ୍ସ ପ୍ୟାକେଟରେ ଲୁଚାଇ ରଖିଥିବା ହୀରା ଜବତ କରିଛନ୍ତି କଷ୍ଟମ ବିଭାଗ । ଗୁଜରାଟ ସୁରତ ଏୟାରପୋର୍ଟରେ ନିୟୋଜିତ କଷ୍ଟମ ବିଭାଗ ସୁରତରୁ ଦୁବାଇ ଯାଉଥିବା ଜଣେ ଯାତ୍ରୀଙ୍କଠାରୁ ଜବତ କରିଥିବା ଏହି ହୀରାର ଦାମ୍ ୬ କୋଟି ୪୫ ଲକ୍ଷ ଟଙ୍କା ହେବ । ବ୍ୟକ୍ତି ଜଣକ କୌଣସି ଦସ୍ତାବେଜ ଦେଖାଇପାରିନଥିଲେ ଯାହାପରେ ହୀରାଗୁଡ଼ିକୁ ଜବତ କରାଯାଇଥିଲା ।

ସୂଚନା ଅନୂଯାୟୀ, ସୁରତ ଏୟାରପୋର୍ଟରେ ନିୟୋଜିତ ଥିବା କଷ୍ଟମ ବିଭାଗକୁ ଗୁଇନ୍ଦା ସୂତ୍ରରୁ ଖବର ମିଳିଥିଲା ଯେ ଗୁରୁବାର ସନ୍ଧ୍ୟାରେ ସୁରତ ଏୟାରପୋର୍ଟ ଶାରଜହାଁ ପାଇଁ ଉଡ଼ାଣ ଭରିବାକୁ ଥିବା ଇଣ୍ଟରନାସନାଲ ଫ୍ଲାଇଟ୍ ରେ ଜାଭେଦ ପଠାନ ନାମକ ଜଣେ ବ୍ୟକ୍ତି କୋଟି କୋଟି ଟଙ୍କାର ହୀରା ଅବୈଧ ଭାବରେ ନେଇ ଯାଉଛନ୍ତି । ଏହାପରେ କଷ୍ଟମ ବିଭାଗ ସତର୍କ ହୋଇଥିଲେ ଏବଂ ଯେମିତି ଜାଭେଦ ପଠାନ ସୁରତ ଏୟାରପୋର୍ଟରେ ପହଞ୍ଚିଥିଲେ ଅଧିକାରୀମାନେ ତାଙ୍କୁ ଅଟକାଇ ଚେକିଂ କରଥିଲେ ଏବଂ ସୁଟକେସରେ କପଡ଼ା ତଳେ ଥିବା ସ୍ନାକ୍ସ ପ୍ୟାକେଟରେ ଲୁଚାଇ ନେଉଥିବା ହୀରାକୁ ଜବତ କରିଥିଲେ ।

ବଡ଼ କଥା ହେଉଛି ଯେମିତି କାହାକୁ ସନ୍ଦେହ ନହେବ ଏଥିପାଇଁ ସ୍ନାକ୍ସ ପ୍ୟାକେଟକୁ କମ୍ପାନୀ ଭଳି ସିଲ୍ କରିଥିଲେ । ଏମିତିକି ହୀରା କାର୍ବନ କୋଟିଂ କାଗଜରେ ଗୁଡ଼ାଇ ସ୍ନାକ୍ସ ପ୍ୟାକେଟ୍ ଭିତରେ ପୂରାଇଥିଲେ ଯେମିତି ସ୍କାନ୍ ମେସିନ୍ ବି ସ୍କାନ କରିପାରିବ ନାହିଁ । ପଥମେ ତ’ କଷ୍ଟମ ଅଧିକାରୀ ମଧ୍ୟ ଜାଣିପାରିନଥିଲେ ଯେ ପ୍ୟାକେଟରେ ହୀରା ଅଛି ନା ନାହିଁ । କିନ୍ତୁ ଭଲରେ ଯାଞ୍ଚ ପରେ ସ୍ନାକ୍ସ ପ୍ୟାକେଟରୁ ୨୬୬୩ କ୍ୟାରେଟ୍ ହୀରା ମଳିଥିଲା । ଯାହାର ଦାମ୍ ୬ କୋଟି ୪୫ ଟଙ୍କା ଅନୁମାନ କରାଯାଉଛି ।

ଅଧିକାରୀ ସନ୍ଦେହ କରୁଛନ୍ତି ଯେ ଏହି ହୀରା ସେ ବିଦେଶକୁ କାହାକୁ ଦେବାକୁ ଯାଉଥିଲା ଏବଂ ସେଠାରୁ ଅନ୍ୟ ଦେଶରେ ବିକ୍ରି ପାଇଁ ଯାଇଥାନ୍ତା । ବ୍ୟକ୍ତିଙ୍କ ଠାରୁ ଡଲାର ମଧ୍ୟ ଜବତ ହୋଇଛି । ତେବେ କୋର୍ଟରେ ହାଜର ପରେ ତାଙ୍କୁ ଜେଲକୁ ପଠାଯାଇଛି ।

 

Get real time updates directly on you device, subscribe now.