fbpx

ରାଜ୍ୟରେ ୩ରୁ ବଦଳିବ ପାଗ ସହ ପୁଣି ବର୍ଷି, ୭ରୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ୩ ଦିନ ହେଲା ରାଜ୍ୟରେ ପାଗ ଖରାଟିଆ ରହିଛି। ମୌସୁମୀ-ବିରତି ଜାରି ରହିଥିବାରୁ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଛି। ଅଗଷ୍ଟ ୨ ଯାଏ ପାଗ ଏହିଭଳି ଶୁଖିଲା ରହିବ।  ୩ରୁ ପାଗ ବଦଳିବା ସହ ପୁଣି ବର୍ଷିବ। ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଲଘୁଚାପ  ୪ ତାରିଖରେ ଘୂର୍ଣ୍ଣିବଳୟ ହେବ ଓ ୭ରେ ଲଘୁଚାପ ରୂପ ନେବ ସମ୍ଭାବନା ରହିଛି।୯ରେ ଏହା ଗଭୀର ଅବପାତର ରୂପ ନେଇ ପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି। ଫଳରେ ୩ ତାରିଖରୁ ରାଜ୍ୟରେ ମଧ୍ୟମ ଧରଣର ବର୍ଷା ଆରମ୍ଭ ହେବ।

ମୌସୁମୀ ଦୁର୍ବଳ ହେବା କାରଣରୁ ଆସନ୍ତା ୩ ଦିନ ରାଜ୍ୟରେ ପାଗ ଖରାଟିଆ ରହିବ। ମୌସୁମୀ ବିରତି ଜାରି ରହିଥିବାରୁ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିଛି । ଅଗଷ୍ଟ ୩ କିମ୍ବା ୪ ଯାଏ ପାଗ ଶୁଖିଲା ରହିବ । କିଛି ସ୍ଥାନରେ କେବଳ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ।

ମୌସୁମୀ ନିମ୍ନ-ଚାପରେଖାର ଉତ୍ତରାୟଣ ଗତି ସହ ରାଜ୍ୟରେ ମୌସୁମୀ ଦୁର୍ବଳ ହୋଇଯାଇଛି। ଫଳ‌ରେ ରାଜ୍ୟରେ ବର୍ଷାର ପ୍ରଭାବ କମିଛି ଓ ଗତ ୨୪ ଘଣ୍ଟାର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ଯାଏ ଅଧିକ ରେକର୍ଡ କରାଯାଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ। ମଝିରେ ମଝିରେ ଅପରାହ୍‌ଣରେ ପରିଚଳନଜନିତ ବର୍ଷା ହୋଇପାରେ।

Get real time updates directly on you device, subscribe now.