fbpx

ମାନସ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚ ଆଗରେ ଦୋଷ ମାନିଲେ ଶର୍ମିଷ୍ଠା, କିଣିଥିଲେ ୧୦ କେଜିର ଲୁଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଅପହରଣ କଥା ସ୍ୱୀକାର କରିଛନ୍ତି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ । କ୍ରାଇମବ୍ରାଞ୍ଚ ଆଗରେ ସବୁ ସତ ଓଗାଳିଛନ୍ତି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା । ତଦନ୍ତ ଅପଡେଟ ସୂଚନା ନେଇ ରାଜ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି । କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ଅପହରଣ ଓ ହତ୍ୟା ମାନିଥିବା ସୂଚନା ମିଳିଛି । ଫେବ୍ରୁଆରୀ ୭ ତାରିଖରେ ମାନସଙ୍କୁ ଶର୍ମିଷ୍ଠା ସହଯୋଗୀଙ୍କ ସହ ଅପହରଣ କରିଥିଲେ । ସେଠାରୁ ଦୟାଲ ଆଶ୍ରମ ଆଣି ଅମାନୁଷିକ ଭାବେ ମାଡ଼ ମାରିଥିଲେ । ଆଶ୍ରମରେ ମାନସଙ୍କୁ ନିର୍ଯ୍ୟାତନା ଦେଇହତ୍ୟା କରିବା ପରେ ୮ ତାରିଖ ଅପରାହ୍ନରେ ମୃତ୍ୟୁ ଦେହକୁ ଶର୍ମିଷ୍ଠାଙ୍କ କାରରେ ରଣପୁର ନିଆଯାଇଥିଲା ।

୮ ତାରିଖ ସନ୍ଧ୍ୟାରେ ରଣପୁର ଅଞ୍ଚଳରେ ମାନସଙ୍କ ଶବ ପୋତି ଦେଇଥିଲେ । ଶବ ପୋତିବା ପରେ ଆନୁଷଙ୍ଗିକ ଜିନିଷ ଚଣ୍ଡିଖୋଲ ପାଖରେ ଫୋପାଡ଼ିଦେଇଥିଲେ । ଏହା ସହ ମାନସଙ୍କ ଶବ ପୋତିବା ପାଇଁ ୧୦ କେଜି ଲୁଣ କିଣିଥିଲେ ଅଭିଯୁକ୍ତ । ଝୁନାଙ୍କ ସହ ମିଶି ଶର୍ମିଷ୍ଠା ଝୋଟ ଅଖା, ସୁତୁଲି, ଗ୍ଲୋଭସ କିଣିଥିଲେ । ଭୁବନେଶ୍ୱର ୧ ନମ୍ବର ମାର୍କେଟରୁ ଉଭୟ ଏସବୁ ଜିନିଷ କିଣିଥିଲେ । ରାସ୍ତାରେ ଯିବାବେଳେ ରାଜସୁନାଖଳାରୁ ୧୦ କେଜି ଲୁଣ କିଣିଥିଲେ । ରାଜସୁନାଖଳାରୁ କୋଦାଳ, ଗଇଁତି କିଣିଥିଲେ ଭାଗ୍ୟଧର ଓ ରଞ୍ଜନ । ସବୁ ଜିନିଷ ଧରି ମାନସଙ୍କ ଶବକୁ ବଧିପାଟଣାରେ ପୋତିଥିଲେ ବୋଲି ଶର୍ମିଷ୍ଠା କହିଛନ୍ତି ।

Get real time updates directly on you device, subscribe now.