fbpx

ମନ୍ଦିର ଖୋଲିବା ପ୍ରସଙ୍ଗ: ରାଜ୍ୟ ସରକାରଙ୍କୁ ମୋଡାଲିଟି ପ୍ରଦାନ କଲେ ଦେବୋତ୍ତର କମିଶନର

Advertisement

ଭୁବନେଶ୍ୱର, ୧୪ା୧୨ (ଓଡିଶା ଭାସ୍କର): କୋଭିଡ୍ ଯୋଗୁଁ ରାଜ୍ୟର ମନ୍ଦିର କିଛି ବି ଖୋଲିପାରୁ ନାହିଁ । ତେବେ ଏ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଦେବୋତ୍ତର ବିଭାଗ ଚଳଚଞ୍ଚଳ ହୋଇଉଠିଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଦୋବୋତ୍ତର ଅଧିନରେ ୧୮ ହଜାର ମନ୍ଦିର ରହିଛି । ମନ୍ଦିରଗୁଡ଼ିକର ମୋଡାଲିଟି ନିର୍ଦ୍ଧାରଣ କରି ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି । ଏହି ମୋଡାଲିଟିରେ ଅନେକ ପ୍ରସ୍ତାବ ରହିଛି । ଯେପରିକି ସାମାଜିକ ଦୂରତା ମାନିବା, ଦ୍ୱାରମୁହଁରେ ସାନିଟାଇଜର ରଖିବା ଆଦି ରହିଛି । ଏସବୁ ନିୟମ ମାନିଲେ ମନ୍ଦିର ଖୋଲି ପାରିବ ବୋଲି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଏ ଦିଗରେ ରାଜ୍ୟ ସରକାର ଚୂଡ଼ାନ୍ତି ନିଷ୍ପତ୍ତି ନେବେ ବୋଲି ଦେବୋତ୍ତର କମିଶନର ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.