fbpx
BJD SKY
BJD SKY

୫୦ ବର୍ଷ ପରେ ପଡୁଛି ମଙ୍ଗଳ, ବୁଧ ଓ ଶୁକ୍ରଙ୍କ ଶୁଭ ଯୋଗ, ଏହି ୩ ରାଶିଙ୍କୁ ଅଚାନକ ହେବ ଧନଲାଭ

BJD

ଓଡ଼ିଶା ଭାସ୍କର: ଫେବୃୟାରୀ ୧୨ରେ ମକର ରାଶିରେ ତ୍ରିଗ୍ରହୀ ଯୋଗର ନିର୍ମାଣ ହେବାକୁ ଯାଉଛି । ଏହିଦିନ ବୁଧ, ଶୁକ୍ର ଓ ମଙ୍ଗଳ ଏହି ୩ ଗ୍ରହ ମକର ରାଶିରେ ଏକ ସଙ୍ଗେ ବିରାଜମାନ ହେବେ ।

ଫେବୃୟାରୀ ୧ରେ ବୁଧ ମକର ରାଶିକୁ ଯିବେ । ଏହାପରେ ୫ ତାରିଖରେ ମଙ୍ଗଳ ଓ ୧୨ ତାରିଖରେ ଶୁକ୍ର ଏହି ରାଶିକୁ ଯିବେ । ତେବେ ୫୦ ବର୍ଷ ପରେ ଏହି ୩ ଗ୍ରହ ମକର ରାଶିରେ ଏକତ୍ରୀତ ରହିବେ । ଜ୍ୟୋତିଷ ଗଣନା ଅନୁସାରେ ମକର ରାଶିରେ ଘଟିବାକୁ ଯାଉଥିବା ଏହି ତ୍ରିଗ୍ରହୀ ଯୋଗ ୩ ରାଶିର ଜାତକଙ୍କ ଲାଗି ବହୁତ ଶୁଭ ।
ମେଷ: ଚାକିରୀ, ବ୍ୟବସାୟ କ୍ଷେତ୍ରରେ ଭଲ ସଫଳତା ମିଳିବ । ପ୍ରମୋଶନ ସହ ଇନକ୍ରିମେଣ୍ଟ ହେବ । ପୈତୃକ ସଂପତ୍ତିରୁ ଲାଭ ମିଳିବ । ବରିଷ୍ଠଙ୍କୁ ସହଯୋଗ ମିଳିବ । ବ୍ୟବସାୟୀମାନେ ଏହି ସମୟରେ କୌଣସି ବଡ ଡିଲ୍ ବି ସାଇନ୍ କରିପାରନ୍ତି । ନିବେଶ ପାଇଁ ସମୟ ଅନୁକୂଳ ରହିଛି । ଅଟକି ଯାଇଥିବା ଧନ ବି ଫେରିଆସିବ ।
ଧନୁ: ଆକସ୍ମିକ ଧନ ପ୍ରାପ୍ତ ହୋଇପାରେ । କୌଣସି ଭଲ ଚାକିରୀର ଅଫର ବି ମିଳିପାରେ । ଯେଉଁମାନେ ଚାକିରୀର ସନ୍ଧାନରେ ଅଛନ୍ତି ସେମାନଙ୍କ ପାଇଁ ଏହି ସମୟ ବେଶ୍ ଶୁଭ ରହିବ ।
ମକର: ଆତ୍ମବିଶ୍ୱାସ ବଢିବା ଦ୍ୱାରା କ୍ୟାରିୟରରେ ଲାଭ ହେବ । ସରକାରୀ କ୍ଷେତ୍ର ସହ ଜଡିତ କାମ ସଂପନ୍ନ ହେବ । ଆର୍ଥିକ ସ୍ଥିତି ପୂର୍ବାପେକ୍ଷା ଭଲ ରହିବ । ବୈବାହିକ ଜୀବନ ସୁଖମୟ ରହିବ । ଜୀବନସାଥୀଙ୍କ ପୁରା ସହଯୋଗ ମିଳିବ । ମାନ ସମ୍ମାନ ବୃଦ୍ଧି ହେବ । ମାତାପିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବ ।

Get real time updates directly on you device, subscribe now.