fbpx

ମଙ୍ଗଳ-ଶୁକ୍ର ସଂଯୋଗରୁ ସୃଷ୍ଟି ହୋଇଛି କେନ୍ଦ୍ର ତ୍ରିକୋଣ ରାଜଯୋଗ, କେଉଁ କେଉଁ ରାଶିର ଭାଗ୍ୟୋଦୟ ହେବ ଜାଣି ନିଅନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତି ଗ୍ରହ ଏକ ନିର୍ଦ୍ଧିଷ୍ଟ ସମୟରେ ଏକ ରାଶିରୁ ବାହାରି ଅନ୍ୟ ରାଶିରେ ପ୍ରବେଶ କରିଥାଆନ୍ତି । ଏହାଦ୍ୱାରା ଗ୍ରହମାନଙ୍କର ସଂଯୋଗ ସୃଷ୍ଟି ହୋଇଥାଏ ଓ ବିଭିନ୍ନ ପ୍ରକାର ଶୁଭ ଅଶୁଭ ଯୋଗ ସୃଷ୍ଟି ହୋଇଥାଏ । ଗ୍ରହମାନଙ୍କର ଏହି ସଂଯୋଗ ଲୋକମାନଙ୍କ ଜୀବନ ଉପରେ ବଡ ପ୍ରଭାବ ପକାଇଥାଏ । ଏବେ ମଙ୍ଗଳ ଗୋଚର କରି ସିଂହ ରାଶିରେ ପ୍ରବେଶ କରିଥିବା ବେଳେ ଶୁକ୍ର ମଧ୍ୟ ସିଂହରେ ଅଛନ୍ତି । ଏହାଦ୍ୱାରା ସିଂହ ରାଶିରେ ମଙ୍ଗଳ-ଶୁକ୍ର ସଂଯୋଗ ସୃଷ୍ଟି ହୋଇଛି ଯାହା କେନ୍ଦ୍ର ତ୍ରିକୋଣ ରାଜଯୋଗ ସୃଷ୍ଟି କରୁଛି । ୧୦୦ ବର୍ଷ ପରେ ତିନି ରାଶିର ଗୋଚର କୁଣ୍ଡଳୀରେ କେନ୍ଦ୍ର ତ୍ରିକୋଣ ରାଜଯୋଗ ସୃଷ୍ଟି ହେଉଛି ଯାହା ଏହି ୩ ରାଶି ଲାଗି ବହୁତ ଶୁଭ ସାବ୍ୟସ୍ତ ହେବ । ଏହି ରାଶିର ଲୋକମାନେ ଅପାର ଧନ ସଂପତ୍ତି ପ୍ରାପ୍ତ ହେବେ ଓ ଖୁବ୍ ଉନ୍ନତି କରିବେ । ଏହି କ୍ରମରେ ଆସନ୍ତୁ ଜାଣିବା ଏହି କେନ୍ଦ୍ର ତ୍ରିକୋଣ ରାଜଯୋଗ କେଉଁ କେଉଁ ରାଶିର ଭାଗ୍ୟୋଦୟ କରିବାକୁ ଯାଉଛି ।
ମେଷ ରାଶି:
ମେଷ ରାଶିର ଗୋଚର କୁଣ୍ଡଳୀରେ କେନ୍ଦ୍ର ତ୍ରିକୋଣ ରାଜଯୋଗ ସୃଷ୍ଟି ହେଉଛି ଯାହା ଫଳରେ ଏହି ରାଶିର ବ୍ୟକ୍ତି ବହୁତ ଲାଭବାନ ହେବେ । ଏହି ରଶିର ଲୋକମାନେ ଅଚାନକ କୌଣସି ସୂତ୍ରରୁ ଧନ ପାଇବେ । ଆୟ ବୃଦ୍ଧି ଘଟିବ । ଫଳରେ ଆର୍ଥିକ ସ୍ଥିତି ସୁଧୁରି ଯିବ । ନିଜ କଥା ବଳରେ ସବୁ କାମରେ ସଫଳତା ପାଇବେ । ପରିବାରରେ ସୁଖ ଶାନ୍ତି ବଜାୟ ରହିବ । ପୁରୁଣା ବିବାଦର ସମାଧାନ ହୋଇଯିବ ।
ତୁଳା:

ଏହି ରାଶିରେ ମଧ୍ୟ କେନ୍ଦ୍ର ତ୍ରିକୋଣ ରାଜଯୋଗ ସୃଷ୍ଟି ହେଉଛି । ଏହା ପ୍ରଭାବରେ ଆପଣ କୌଣସି ବଡ ମାମଲାରେ ସଫଳତା ପାଇବେ । ଆପଣଙ୍କ ବ୍ୟକ୍ତିତ୍ୱ ଚମକିବ । ଲୋକମାନେ ଆପଣଙ୍କ ପ୍ରତି ଆକର୍ଷିତ ହେବେ । ଆପଣଙ୍କ ଆୟ ବଢିବ । ଧନ ଉପାର୍ଜନର ରାସ୍ତା ଖୋଲିଯିବ ।
ସିଂହ:

କେନ୍ଦ୍ର ତ୍ରିକୋଣ ଯୋଗ ଏହି ରାଶିର ଲୋକମାନଙ୍କୁ ବିଭିନ୍ନ ସ୍ତରରେ ଲାଭବାନ କରିବ । ଫସି ରହିଥିବା ଧନ ମିଳିଯିବ । ଆୟ ବୃଦ୍ଧି ଘଟିବ । ବଡ ଧରଣର ସଞ୍ଚୟ କରିବେ । ବିଶେଷ ଭାବରେ ବ୍ୟବସାୟ ଲାଗି ଏହି ସମୟ ବହୁତ ଭଲ ରହିବ । ସନ୍ତାନମାନଙ୍କ ଠାରୁ କୌଣସି ବଡ ଖୁସି ଖବର ମିଳିପାରେ । ଆପଣ ନୂଆ ଘର, ଗାଡି କିଣିପାରନ୍ତି ।

Get real time updates directly on you device, subscribe now.