fbpx

ଏବେ ଲୋକଙ୍କୁ ଅନ୍ଧ କରୁଛି ଦୁନିଆର ବଢ଼ୁଥିବା ତାପମାତ୍ରା; ରିସର୍ଚ୍ଚରେ କରାଯାଇଛି ଦାବି

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ କାରଣରୁ ତାପମାତ୍ରା କେତେବେଳେ ବଢ଼ୁଛି ତ ଆଉ କେତେବେଳେ କମୁଛି । ଏହା ଫଳରେ ଦୁିନଆରେ ରୋଗୀମାନଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । କିନ୍ତୁ କାନାଡାର ବୈଜ୍ଞାନିକମାନେ ନିକଟରେ ଏକ ରିସର୍ଚ୍ଚରେ ଏକ ଆଶ୍ଚର୍ଯ୍ୟଜନକ ଦାବି ସାମ୍ନାକୁ ଆଣିଛନ୍ତି । ତାଙ୍କ କହିବା ମୁତାବକ, ଦୁନିଆର ବଢ଼ୁଥିବା ତାପମାତ୍ରା ମଣିଷଙ୍କୁ ଅନ୍ଧ କରିଦେଉଛି ।

ଆମେରିକାର ୫୦ ରାଜ୍ୟରେ ୧୭ ଲକ୍ଷ ଲୋକଙ୍କ ଉପରେ ହୋଇଥିବା ଏହି ରିସର୍ଚ୍ଚରେ ଜଣାପଡିଛି କି, ଜଳବାୟୁ ପରିବର୍ତ୍ତନ କିଛି ପରିମାଣରେ ମଣିଷଙ୍କ ଆଖିର ଆଲୋକ ଉପରେ ନକାରାତ୍ମକ ପ୍ରଭାବ ପକାଉଛି ।

ରିସର୍ଚ୍ଚ ମୁତାବକ, ଅଧିକ ତାପାମତ୍ରାରେ ରହୁଥିବା ଲୋକଙ୍କ ଉପରେ ଏହାର ଅଧିକ ପ୍ରଭାବ ପଡୁଛି । ଥଣ୍ଡା ସ୍ଥାନ ତୁଳନାରେ ଗରମୋର ରହୁଥିବା ୫୦ ପ୍ରତିଶତ ଲୋକ ଆଖି ସମସ୍ୟାରେ ଘାଣ୍ଟି ହେଉଛନ୍ତି । ଏହାର ମୁଖ୍ୟ କାରଣ ହେଉଛି, ସୂର୍ଯ୍ୟରୁ ପୃଥିବୀକୁ ଆସୁଥିବା ଅତିବାଇଗଣି ରଙ୍ଗର ଆଲୋକ । ଏହାଂ ଆଖିର କର୍ଣ୍ଣିଆ, ଲେନ୍ସ ଓ ରେଟିନାକୁ କ୍ଷତି ପହଞ୍ଚାଏ । ଏହା ସହ ଏହା ଆଖି ସଂକ୍ରମଣ ଓ ଖରାପ ହେବାର କାରଣ ପାଲଟିଥାଏ ।

ଅନୁସନ୍ଧାନକାରୀଙ୍କ ମତରେ, ଯେଉଁଭଳି ଭାବରେ ଦୁନିଆରେ ଜଳବାୟୁ ପରିବର୍ତ୍ତନ ଘଟୁଛି, ସେହି କାରଣରୁ ତାପମାତ୍ରା କମୁଛି-ବଢ଼ୁଛି । ଏହାଦ୍ୱାରା ଭବିଷ୍ୟତରେ ଅନେକ ସମସ୍ୟା ସୃଷ୍ଟି ହୋଇପାରେ । ଏବେ ପ୍ରାୟ ପୃଥିବୀର ତାପମାତ୍ରା ୧.୧ ସେଲସିୟସ୍ ପର୍ଯ୍ୟନ୍ତ ପହଞ୍ଚିସାରିଛି ।

Get real time updates directly on you device, subscribe now.