fbpx

ମଙ୍ଗଳସୂତ୍ର ବନ୍ଧକ ରଖି କିଣିଲେ ଟିଭି, କାରଣ ଜାଣିଲେ କରିବେ ସଲାମ୍

କରୋନା ଭାଇରସ ଯୋଗୁଁ ସାରା ଦେଶରେ ଅନେକ ସ୍କୁଲ ଓ କଲେଜଗୁଡିକ ବନ୍ଦ ରହିଛି । ଏହି କାରଣରୁ ପିଲାମାନେ ଟିଭି ଓ ଅନଲାଇନ୍ କ୍ଲାସ ମାଧ୍ୟମରେ ପାଠ ପଢୁଛନ୍ତି । କିନ୍ତୁ ଗରିବ କାରଣରୁ ଜଣେ ମହିଳା ନିଜ ପିଲାଙ୍କୁ ଶିକ୍ଷା ଦେବାଇବା ପାଇଁ ଏଭଳି ପଦକ୍ଷେପ ଉଠାଇଲେ, ଯାହା ଶୁଣି ଆପଣ ତାଙ୍କୁ ସଲାମ୍ କରିବେ ।


ତେବେ ସେହି ଗରୀବ ମା ଜଣକ ନିଜ ପିଲାର ଶିକ୍ଷା ପାଇଁ ସଧବାର ନାରୀର ଚିହ୍ନ ଥିବା ମଙ୍ଗଳସୂତ୍ରକୁ ବନ୍ଧକ ରହିଛନ୍ତି । ମଙ୍ଗଳସୂତ୍ର ବନ୍ଧକ ରଖିବା ପରେ ସେଥିରୁ ମିଳିଥିବା ଟଙ୍କାରେ ସେ ନିଜ ପିଲାଙ୍କ ପାଇଁ ଏକ ଟିଭି ଆଣିଛନ୍ତି । ଏହି ମାମଲା କର୍ଣ୍ଣାଟକର ଗଡକ ଜିଲ୍ଲାରେ ଘଟିଯାଇଛି । ଗଡଗର ନାଗାନୁର ଗାଁରେ ରହୁଥିବା କସ୍ତୁରୀ ଚଳବଦୀ ତାଙ୍କ ୪ ପିଲାଙ୍କ ଶିକ୍ଷା ପାଇଁ ନିଜର ୧୨ ଗ୍ରାମର ସୁନା ମଙ୍ଗଳସୂତ୍ର ବନ୍ଧକ ରଖି ଟିଭି ଆଣିଛନ୍ତି । ଦୂରଦର୍ଶନରେ ପ୍ରସାରିତ ହେଉଥିବା କ୍ଲାସଗୁଡିକ ପିଲାମାନେ ପାଠ ପଢିପାରିବେ ବୋଲି କସ୍ତୁରୀ ଏପରି ପଦକ୍ଷେପ ନେଇଛନ୍ତି ।

Get real time updates directly on you device, subscribe now.