fbpx

କିପରି ଦୂର କରିବେ ମଙ୍ଗଳ ଦୋଷ ? ଯେଉଁଥିପାଇଁ ବୈବାହିକ ଜୀବନରେ ଦେଖାଦିଏ ସମସ୍ୟା

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯଦି ଗ୍ରହମାନେ ରାଶିଫଳରେ ଶୃଙ୍ଖଳିତ ଭାବରେ ରହନ୍ତି ତେବେ ଜୀବନରେ କୌଣସି ପ୍ରକାରର ସମସ୍ୟା ହୁଏନାହିଁ। ଯଦି କୁଣ୍ଡଳୀରେ ଦୋଷ ଥାଏ, ତେବେ ବ୍ୟକ୍ତିର ଜୀବନ ନଷ୍ଟ ହୋଇଯାଏ। ବିଶ୍ବାସ କରାଯାଏ ଯେ ମାଙ୍ଗଳିକ ଦୋଷ ବ୍ୟକ୍ତିଙ୍କ କୁଣ୍ଡଳୀରେ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ଭାବରେ ବିବେଚନା କରାଯାଏ।

ମଙ୍ଗଳ ଦୋଷ ଥିଲେ ଜୀବନରେ ଅନେକ ସମସ୍ୟା ଦେଖା ଦିଏ। ଏହା ଦ୍ବାରା ଶାରୀରିକ କଷ୍ଟ, ଆର୍ଥିକ କ୍ଷତି, ବୈବାହିକ ଜୀବନରେ ସମସ୍ୟା ଦେଖାଦେବା ତଥା ବିଳମ୍ବିତ ବିବାହ ଆଦି ସମସ୍ୟା ଉପୁଜେ। ତେବେ ମଙ୍ଗଳ ଦୋଷକୁ ଦୂର କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ କିଛି ପ୍ରତିକାର ବ୍ୟବସ୍ଥା ରହିଛି।

ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି, ମଙ୍ଗଳ ଗ୍ରହକୁ ପୂଜା କରିବା ଦ୍ବାରା ମଙ୍ଗଳ ଦୋଷର ପ୍ରଭାବ କମ୍ ହୋଇଥାଏ। ମଙ୍ଗଳବାର ହନୁମାନଙ୍କ ପୂଜା କରିବା ଦ୍ବାରା ଏହାର ପ୍ରଭାବ କମ୍ ହୋଇଥାଏ।

ଲାଲ୍ ରଙ୍ଗ ମଙ୍ଗଳ ଗ୍ରହକୁ ପ୍ରତିନିଧିତ୍ବ କରେ। ସେଥିପାଇଁ ମଙ୍ଗଳ ଦୋଷରୁ ମୁକ୍ତି ପାଇବା ପାଇଁ ଲାଲ୍‌ ରଙ୍ଗ ବସ୍ତ୍ର ପିନ୍ଧିବା ଶୁଭ। ସେହିପରି ନାଲି ରଙ୍ଗ ବସ୍ତ୍ର ମଧ୍ୟ ମଙ୍ଗଳବାର ଦାନ କରିପାରିବେ। ମଙ୍ଗଳ ଗ୍ରହକୁ ଶାନ୍ତ କରିବା ପାଇଁ ଯଜ୍ଞ ବି କରିପାରିବେ। ଏହାବାଦ୍ ପ୍ରତି ମଙ୍ଗଳବାର ଦିନ ମଙ୍ଗଳ ଗ୍ରହ ସ୍ତୋତ୍ର ପାଠ କରିବା ଉଚିତ।

Get real time updates directly on you device, subscribe now.