fbpx

ଆମ୍ବ ପତ୍ରରେ ରହିଛି ଔଷଧୀୟ ଗୁଣ, ଜାଣନ୍ତୁ

ଆମ୍ବ ସମସ୍ତଙ୍କୁ ଭଲ ଲାଗେ ଏବଂ ସମସ୍ତଙ୍କର ପ୍ରିୟ ଖାଦ୍ୟ ମଧ୍ୟ ହୋଇଥାଏ । କିନ୍ତୁ ବହୁତ ଅଳ୍ପ ଲୋକ ଆମ୍ବ ପତ୍ରର ଉପକାରିତା ବିଷୟରେ ଜାଣିଥିବେ । ଅମ୍ବ ପତ୍ରରେ ଭିଟାମିନ୍ ସି, ବି ଏବଂ ଏ ଭରପୂର ଅଛି । ଏହା ବିଭିନ୍ନ ପୋଷକରେ ମଧ୍ୟ ସମୃଦ୍ଧ ଅଟେ । ଆମ୍ବ ପତ୍ରରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଥାଏ କାରଣ ଏଥିରେ ଫ୍ଲାଭୋନାଏଡ୍ ଏବଂ ଫେନେରାଲ ର ମାତ୍ରା ଅଧିକ ଥାଏ । ଆମ୍ବ ପତ୍ରର ସେବନ ଦ୍ୱାରା ଆପଣ ଅନେକ ରୋଗରୁ ମୁକ୍ତି ପାଇପାରିବେ ।
୧. ଉଚ୍ଚ ରକ୍ତଚାପ
ଆମ୍ବ ପତ୍ରରେ ରକ୍ତଚାପ କମ୍ କରିବାର ଗୁଣ ରହିଛି । ଏହା ରକ୍ତ ବହିବାକୁ ମଜବୁତ କରିବା ସହିତ ଭାରିକୋଜ୍ ଶିରା ସମସ୍ୟାର ଚିକିତ୍ସା କରିବାରେ ମଧ୍ୟ ସାହାଯ୍ୟ କରେ ।
୨. କାଶ
ସମସ୍ତ ପ୍ରକାର ଶ୍ୱାସକ୍ରିୟା ସମସ୍ୟା ପାଇଁ ଆମ୍ବ ପତ୍ର ଏକ ଉତ୍ତମ ଉପଚାର ଅଟେ । ବ୍ରୋଙ୍କାଇଟିସ, ଥଣ୍ଡା ଏବଂ ଶ୍ୱାସରୋଗରେ ପୀଡ଼ିତ ଲୋକଙ୍କ ପାଇଁ ଏହା ବିଶେଷ ଉପଯୋଗୀ । ପାଣିରେ ଆମ୍ବ ପତ୍ର ଓ ଅଳ୍ପ ମହୁ ମିଶ୍ରଣ କରି ଫୁଟାନ୍ତୁ ତାପରେ ଏହି ମିଶ୍ରଣକୁ ସେବନ କରନ୍ତୁ ଦେଖିବେ ଧିରେ ଧିରେ ଆପଣଙ୍କ କାଶ ଭଲ ହୋଇଯିବ ।
୩. ନାଳରକ୍ତ ଝାଡ଼ାର ଉପଚାର
ନାଳରକ୍ତ ଝାଡ଼ାର ଚିକିତ୍ସା ପାଇଁ ଆମ୍ବ ପତ୍ର ବହୁତ ଲାଭ ଦାୟକ ହୋଇଥାଏ । ଆମ୍ବ ପତ୍ରକୁ ଶୁଖାଇ ଏହାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ । ତା’ପରେ ଏହି ଗୁଣ୍ଡକୁ ପ୍ରତିଦିନ ୨ରୁ ୩ ଥର ପାଣିରେ ସେବନ କରନ୍ତୁ ।
୪. ପେଟ ସମସ୍ୟା ଦୂର
ଏକ ପାତ୍ରରେ ଗରମ ପାଣି ସହ ଆମ୍ବ ପତ୍ର ପକାଇ ଢାଙ୍କୁଣିରେ ବନ୍ଦ କରି ରାତିସାରା ଛାଡ଼ି ଦିଅନ୍ତୁ । ପରଦିନ ସକାଳେ ଏହିପାଣି ଛାଣି ଖାଲିପେଟରେ ପିଅନ୍ତୁ । ଏହାର ନିୟମିତ ସେବନ ଏକ ଭଲ ପେଟ ଟନିକ୍ ଭାବରେ କାମ କରେ ଏବଂ ବିଭିନ୍ନ ପେଟ ରୋଗକୁ ରୋକିବାରେ ସାହାଯ୍ୟ କରିଥାଏ ।


୫. କିଡନୀ ଷ୍ଟୋନ
ଏଥିପାଇଁ ପ୍ରତିଦିନ ଆମ୍ବ ପତ୍ର ଗୁଣ୍ଡ କରି ପ୍ରତିଦିନ ସେବନ କରନ୍ତୁ । ରାତିରେ ଏହାର ଗୁଣ୍ଡକୁ ଏକ ଗ୍ଲାସ ପାଣିରେ ମିଶ୍ରଣ କରି ରଖନ୍ତୁ ଓ ସକାଳେ ସେବନ କରନ୍ତୁ । ଏହା କିଡନୀ ଷ୍ଟୋନ ବା ବୃକକ ପଥର ଭାଙ୍ଗିବା ଏବଂ ବାହାର କରିବାରେ ସାହାର୍ଯ୍ୟ କରେ ।
୬. ମଧୁମେହର ଚିକିତ୍ସା
ମଧୁମେହର ଚିକିତ୍ସା ପାଇଁ ଆମ୍ବ ପତ୍ର ବହୁତ ଉପଯୋଗୀ ଅଟେ । ଆମ୍ବ ଗଛର କୋମଳ ପତ୍ରରେ ଏନ୍ଥୋକାଇନାଡିସ ନାମକ ଟେନିନ୍ ଥାଏ, ଯାହାକି ପ୍ରାଥମିକ ମଧୁମେହରୁ ଚିକିତ୍ସା କରିବାରେ ସାହାଯ୍ୟ କରିଥାଏ । ଆମ୍ବ ପତ୍ରକୁ ଏକ ପାତ୍ର ପାଣିରେ ରାତିସାରା ଭିଜାନ୍ତୁ । ସକାଳେ ଏହି ପାଣି ଛାଣି ପିଅନ୍ତୁ । ଏହା ହାଇପରଗ୍ଲାଇସେମିଆର ଚିକିତ୍ସାରେ ମଧ୍ୟ ସାହାଯ୍ୟ କରେ । ଆମ୍ବ ପତ୍ରରେ ୩ବେଟାତାରକେରୋଳ ନାମକ ଏକ ଯୌଗିକ ଏବଂ ଏକ ଇଥିଲ୍ ଆସେଟଟ୍ ଏକ୍ସଟ୍ରାକ୍ଟ ରହିଥାଏ ,  ଗ୍ଲାଇକୋଜେନର ସିନ୍ଥେସିସ୍କୁ ବଢ଼ାଇବା ପାଇଁ ଇନସୁଲିନ୍ ସହିତ ମିଳିତ କାର୍ଯ୍ୟ କରେ । ଏହିପରି ଭାବରେ ଆପଣ ଆମ୍ବ ପତ୍ର ବ୍ୟବହାର କରି ମଧୁମେହ ରୋଗରୁ ମୁକ୍ତି ପାଇପାରିବେ ।

Get real time updates directly on you device, subscribe now.