fbpx

ପ୍ରଧାନମନ୍ତ୍ରୀଙ୍କୁ ମଣିପୁର ବିଧାୟକଙ୍କ ଚିଠି: ଆସାମ ରାଇଫଲ୍ସ ଫେରାଇ ଆଣିବାକୁ ହେଉଛି ଦାବି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ମଣିପୁରରୁ ଏକ ଚିଠି ପଠାଯାଇଛି । ମଣିପୁର ବିଧାୟକମାନେ ମୋଦୀଙ୍କୁ ଏହି ଚିଠି ଲେଖିଛନ୍ତି । ରାଜ୍ୟରୁ ଆସାମ ରାଇଫଲ୍ସକୁ ଉଠାଇ ଆଣିବା ପାଇଁ ଚିଠି ଲେଖିଛନ୍ତି ମଣିପୁରର ବିଧାୟକ । ପ୍ରଧାମନ୍ତ୍ରୀଙ୍କୁ ଚିଠି ଲେଖି ଏପରି ଏକ ଦାବି କରିଛନ୍ତି ରାଜ୍ୟର ୪୦ ଜଣ ପ୍ରମୁଖ ବିଧାୟକ । ତେବେ ଆସାମ ରାଇଫଲ୍ସକୁ ଫେରାଇ ନେଇ ଅନ୍ୟ ଯେକୌଣସି କେନ୍ଦ୍ରୀୟ ବଳ ମୁତୟନ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ବିଧାୟକ ଦଳ । ତେବେ କେବଳ ବିଧାୟକ ନୁହେଁ, ପୋଲିସ ଡିପାର୍ଟମେଣ୍ଟ ମଧ୍ୟ ଉପରେ ଆସାମ ରାଇଫଲ୍ସ ଉପରେ କ୍ଷୁବ୍ଧ ହୋଇଥିବା ଦେଖିବାକୁ ମିଳିଛି । ଆସାମ ରାଇଫଲ୍ସ ବିରୋଧରେ ଏକ ମାମଲା ରୁଜୁ କରିଛି ମଣିପୁର ପୋଲିସ । ବିଷ୍ଣପୁରରେ ଆତଙ୍କୀ ରୋକିବାରେ ଆସାମ ରାଇଫଲ୍ସ ପ୍ରତିବନ୍ଧକ ହୋଇଥିବା ନେଇ ସୂଚନା ଦେଇଛି ପୋଲିସ ବିଭାଗ । ତେବେ କେନ୍ଦ୍ର ସରକାରଙ୍କ ତରଫରୁ ଏ ପର୍ଯ୍ୟନ୍ତ ଏହି ଦାବି ସମ୍ପର୍କରେ କୌଣସି ସୂଚନା ଦିଆ ଯାଇ ନାହିଁ ।

Get real time updates directly on you device, subscribe now.