fbpx
BSKY
BJD SHG SKY
BJD YOUTH SKY

ମଣିପୁର ହିଂସା: ୫ ସାଧାରଣ ନାଗରିକ, ୩ ସୁରକ୍ଷାକର୍ମୀ ମୃତ

ଇମ୍ଫାଲ: ମଣିପୁରରେ ପୁଣି ହିଂସାର ନୂଆ ଲହର ଆରମ୍ଭ ହୋଇଛି । ଗୁରୁବାର ଓ ବୁଧବାର ମଧ୍ୟରାତ୍ରିରେ ହୋଇଥିବା ଏହି ହିଂସାକାଣ୍ଡରେ ୫ ଜଣ ସାଧାରଣ ନାଗରିକ ଏବଂ ୩ ଜଣ ସେନା ଯବାନ ସହିଦ ହୋଇଥିଲେ। ବୁଧବାର ସକାଳେ ତେଙ୍ଗନୁପାଲରେ ସଶସ୍ତ୍ର ଆତଙ୍କବାଦୀଙ୍କ ଆକ୍ରମଣରେ ଦୁଇ ଜଣ ପୁଲିସ କର୍ମୀ ସହିଦ ହେବା ସହ ୬ ଜଣ ଆହତ ହେବାର ଦିନକ ପରେ ଏହି ଆକ୍ରମଣ ହୋଇଛି।

ଦୁଇ ଦିନ ଧରି ଚାଲିଥିବା ଏହି ହିଂସାକାଣ୍ଡରେ ସମୁଦାୟ ୭ ଜଣଙ୍କ ମୃତ୍ୟୁ ଘଟିଛି। ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଗତ ୮ ମାସ ଧରି ରାଜ୍ୟରେ ଯେଉଁ ହିଂସା କାଣ୍ଡ ଚାଲିଛି, ତାହା ଥମିବାର ନାଁ ନେଉନାହିଁ। ଗୁରୁବାର ଦିନ ମଣିପୁର ପୋଲିସ ଏକ୍ସରେ ଲେଖିଛି- “ଜାନୁଆରୀ ୧୮ ରେ ବିଷ୍ଣୁପୁର ଜିଲ୍ଲାର ନିଙ୍ଗଥୁଖୋଙ୍ଗ ଖା ଖୁନୋରେ ଅଜ୍ଞାତ ସଶସ୍ତ୍ର ଦୁର୍ବୃତ୍ତମାନେ ୪ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିଲେ।

ଟୁଇଟ୍ ପରେ ମଣିପୁର ପୋଲିସ କହିଛି ଯେ ଅନ୍ୟ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଏହା ପୂର୍ବରୁ ଜାନୁଆରୀ ୧୭ ତାରିଖ ବିଳମ୍ବିତ ରାତିରେ ମଣିପୁର ପୋଲିସ କହିଥିଲା ଯେ ଉଗ୍ରବାଦୀମାନେ ଏହି ଯୋଜନା ଅଧୀନରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିଲେ ଯେଉଁଥିରେ ମଣିପୁର ରାଇଫଲ୍ସର ଜଣେ ଯବାନ, ମଣିପୁର ପୋଲିସର ଆଇଆରବି ଫୋର୍ସର ଜଣେ ଯବାନ ଏବଂ ଭାରତୀୟ ରିଜର୍ଭ ବାଟାଲିୟନର ଜଣେ ଯବାନଙ୍କ ସମେତ ସମୁଦାୟ ତିନି ଜଣ ସୁରକ୍ଷା କର୍ମୀ ସହିଦ ହୋଇଥିଲେ ।

Get real time updates directly on you device, subscribe now.