fbpx

Ramlala Pran Pratishtha: ସାମ୍ନାକୁ ଆସିଲା ରାମ ମନ୍ଦିର ଗର୍ଭଗୃହରୁ ରାମଲଲାଙ୍କ ପ୍ରଥମ ଫଟୋ

ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ମନ୍ଦିରରେ ପ୍ରଭୁ ରାମଙ୍କ ଶିଶୁ ରୂପ ରାମଲଲାଙ୍କ ମୂର୍ତ୍ତି ଗର୍ଭଗୃହରେ ରଖାଯାଇଛି। ମୂର୍ତ୍ତିର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ବର୍ତ୍ତମାନ ମୂର୍ତ୍ତିର ମୁଖା ଆଚ୍ଛାଦିତ ହୋଇଛି। ୨୨ ଜାନୁଆରୀରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ହେବ। ଏହାପୂର୍ବରୁ ବୁଧବାର ଦିନ ବିବେକ ଶ୍ରୀଷ୍ଟି ଟ୍ରଷ୍ଟରୁ ଏକ ଟ୍ରକରେ ରାମଲଲାଙ୍କ ମୂର୍ତ୍ତିକୁ ରାମ ମନ୍ଦିରକୁ ଅଣାଯାଇଥିଲା। ମୂର୍ତ୍ତିଗୁଡ଼ିକୁ ମନ୍ଦିର ପରିସରରେ ନେବା ପାଇଁ ଏକ କ୍ରେନର ସାହାଯ୍ୟ ନିଆଯାଇଥିଲା।

ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପୂର୍ବରୁ ମଙ୍ଗଳବାର ଠାରୁ ଅଯୋଧ୍ୟାରେ ଆରମ୍ଭ ହୋଇଛି ଶୁଭ ରୀତିନୀତି। ଏହି ରୀତିନୀତି ଜାନୁୟାରୀ ୨୧ ପର୍ଯ୍ୟନ୍ତ ଜାରି ରହିବ ଏବଂ ଉତ୍ସବର ମୁଖ୍ୟ କାର୍ଯ୍ୟକ୍ରମ ଜାନୁୟାରୀ ୨୨ ରେ ଅନୁଷ୍ଠିତ ହେବ। ରାମଲଲାଙ୍କ ଏହି ମୂର୍ତ୍ତି କର୍ଣ୍ଣାଟକର ମିସୁରୁ ନିବାସୀ ପ୍ରସିଦ୍ଧ ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ହୋଇଛି।

ରାମ ମନ୍ଦିର ନିର୍ମାଣ ପାଇଁ ଦାୟିତ୍ୱ ନେଇଥିବା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଅନୁସାରେ, ଗୁରୁବାର ଦିନ ଗର୍ଭଗୃହରେ ରାମଲଲାଙ୍କ ମୂର୍ତ୍ତିର ପ୍ରବେଶ କରାଇଛନ୍ତି । ଟ୍ରଷ୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଗୁରୁବାର ଦିନ କହିଛି ଯେ, ‘ଆଯୋଧ୍ୟାରେ ଜନ୍ମଭୂମି ସ୍ଥିତ ରାମ-ମନ୍ଦିରରେ ଆଜି ଦିନ ୧୨.୩୦ ପରେ ରାମମୂର୍ତ୍ତିର ପ୍ରବେଶ ହୋଇଛି । ଦ୍ୱିପ୍ରହର ୧.୨୦ ମିନିଟରେ ଯଜମାନଙ୍କ ଦ୍ୱାରା ପ୍ରଧାନସଂକଳ୍ପ ହେବାପରେ ବେଦମନ୍ତ୍ରର ଧ୍ୱନିରେ ପରିବେଶ ପ୍ରକମ୍ପିତ ହୋଇଛି । ମୂର୍ତ୍ତିର ଜଳାଧିବାସ ପର୍ଯ୍ୟନ୍ତ କାର୍ଯ୍ୟ ଗୁରୁବାର ଦିନ ସଂପର୍ଣ୍ଣ ହୋଇଛି ।’

Get real time updates directly on you device, subscribe now.