fbpx

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ୨୧ସଂଯୋଜକଙ୍କୁ ନିଯୁକ୍ତି ଦେଲା କଂଗ୍ରେସ

ଭୁବନେଶ୍ଵର: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଲୋକସଭା ଆସନ ପାଇଁ ୨୧ଜଣ ଦଳୀୟ ନେତାଙ୍କୁ ସଂଯୋଜକ ଭାବେ ନିଯୁକ୍ତି ଦେଇଛି କଂଗ୍ରେସ । ନିଯୁକ୍ତି ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ ଓ ଓଡ଼ିଶା ପ୍ରଭାରୀ ।

ବରଗଡ଼-ଆଶୁତୋଷ ସ୍ୱାଇଁ , ସୁନ୍ଦରଗଡ଼- ଅନନ୍ତ ଶୟନ ପାଢ଼ୀ, ସମ୍ବଲପୁର- ପ୍ରେମଶଙ୍କର ମିଶ୍ର , କେନ୍ଦୁଝର-ବିଷ୍ଣୁ ବାରିକ, ମୟୂରଭଞ୍ଜ- ମନୋରଞ୍ଜନ ରାଉତ , ବାଲେଶ୍ୱର-ଜାନକୀବଲ୍ଲଭ ପଟ୍ଟନାୟକ, ଭଦ୍ରକ- ଜିଆ ଉଲ୍ ହକ୍ , ଯାଜପୁର-ଜିନେଶ ଦାସ, ଢ଼େଙ୍କାନାଳ-ବାଙ୍କନିଧି ବେହେରା, ବଲଙ୍ଗୀର-ଦିଲ୍ଲୀପ ନନ୍ଦ , କଳାହାଣ୍ଡି -ଦ୍ୱାରିକା ମହାପାତ୍ର , ନବରଙ୍ଗପୁର- ରବୀନ୍ଦ୍ର ମହାପାତ୍ର , କନ୍ଧମାଳ- ରାଜୀବ ପଟ୍ଟନାୟକ , କଟକ-ସୁବ୍ରତ ମହାପାତ୍ର ,କେନ୍ଦ୍ରପଡ଼ା- ଶଶିକାନ୍ତ ଲେଙ୍କା , ଜଗତସିଂହପୁର-ସୁଦୀପ୍ତ କର,ପୁରୀ-ବିପ୍ଲବ ଚୌଧୁରୀ , ଭୁବନେଶ୍ୱର- ହଳଧର ସେଠୀ , ଆସ୍କା- ଘନ ଶବର,ବ୍ରହ୍ମପୁର-ଶୁଭେନ୍ଦୁ ମହାନ୍ତି ଓ କୋରାପୁଟ ସଂସଦୀୟ କ୍ଷେତ୍ର ସଂଯୋଜକ ଭାବେ ପୀତବାସ ପଣ୍ଡା ବୋଲି ଜଣାପଡ଼ିଛି ।

ଜାନୁଆରୀ ୨୩ ତାରିଖରୁ ଏହି ନୂଆ ସଂଯୋଜକଙ୍କ ସମେତ ବିଧାନସଭା ମଣ୍ଡଳୀ ସଂଯୋଜକଙ୍କ ନିମନ୍ତେ କଂଗ୍ରେସ ପକ୍ଷରୁ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଛି ।

Get real time updates directly on you device, subscribe now.