fbpx
BJD SKY
BJD SKY

ମନୀଷ ସିସୋଦିଆଙ୍କୁ ମିଳିଲାନି ଆଶ୍ୱସ୍ତି, ୨୦ ଏପ୍ରିଲରେ ହେବ ଶୁଣାଣି

BJD

ନୂଆଦିଲ୍ଲୀ: ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ କୋର୍ଟଙ୍କ ଠାରୁ ମିଳିଲାନି ଆଶ୍ୱସ୍ତି । ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ଜାମିନ ପିଟିସନକୁ ନେଇ ଆଗାମୀ ଶୁଣାଣି ୨୦ ଏପ୍ରିଲରେ କରିବେ । ତେବେ ସୋମବାର ଦିନ ଶୁଣାଣି ସମାପ୍ତ ହୋଇସାରିଛି । ସ୍ପେଶାଲ ଜଜ କାଭେରୀ ବାବେଜା ଏହି ମାମଲାର ଶୁଣାଣି କରୁଥିଲେ । ଏହା ପୂର୍ବରୁ ରାଉଜ ଏଭେନ୍ୟୁ କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ୨୩ ଏପ୍ରିଲ ପର୍ଯ୍ୟନ୍ତ ବଢାଇଦେଇଛନ୍ତି । ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଭିଡିଓ କନଫରେନ୍ସିଂଗ ଜରିଆରେ ହାଜର କରାଯାଇଥିଲା ।

ସିବିଆଇ ମନୀଷ ସିସୋଦିଆଙ୍କୁ ଗତ ୨୬ ଫେବୃଆରୀରେ ଗିରଫ କରିଥିଲା । ଇଡି ତାଙ୍କୁ ଆନୁଷ୍ଠାନିକ ଭାବେ ଗିରଫ କରିଥିଲା । ସିସୋଦିଆ ଜାମିନ ପାଇଁ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ଦ୍ୱାରସ୍ତ ହୋଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ କୌଣସି ଜାମିନ ମିଳିନାହିଁ ।

Get real time updates directly on you device, subscribe now.