fbpx
BJD SKY
BJD SKY

(Video)ଜେଲ୍‌ ଯାଇଥିବାରୁ ମୋଦୀଙ୍କୁ ଧନ୍ୟବାଦ ଦେଲେ ଆପ୍ ନେତା ସଂଜୟ ସିଂହ, ଭିଡିଓ ଜାରି କରି ଦେଲେ ଏପରି ବୟାନ

BJD

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି(ଆପ୍‌) ନେତା ସଂଜୟ ସିଂହଙ୍କ ଏକ ଭିଡିଓ ଏବେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି । ସେ କହିଛନ୍ତି ତାଙ୍କ ବିରୁଦ୍ଧରେ ମିଛ ମାମଲା ଲଗାଇ ତାଙ୍କୁ ଜେଲ୍‌ରେ ପଠାଇ ଦିଆଯାଇଥିଲା ସତ କିନ୍ତୁ ଏହାଦ୍ୱାରା ତାଙ୍କ ମନୋବଳ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି । ସୋମବାର ସଞ୍ଜୟ ସିଂହ ଏକ ଭିଡିଓ ମାଧ୍ୟମରେ ନିଜର ବୟାନ ଜାରି କରିଛନ୍ତି ।

ସେ କହିଛନ୍ତି ଗତ ୧୦ ଦିନ ହେବ ସେ ଜେଲ୍‌ରୁ ବାହାରେ ଅଛନ୍ତି ଓ ତାଙ୍କୁ ଏବେ ବହୁତ ଆରାମ ନିଦ ହେଉଛି । ସେ କହିଛନ୍ତି ୬ ମାସ ଯାଏ ସେ ଜେଲ୍‌ରେ ଥିଲେ । ଏହାପରେ କିଛିଦିନ ପର୍ଯ୍ୟନ୍ତ ତାଙ୍କୁ ଆଇସୋଲେସନରେ ରଖାଯାଇଥିଲା । ଶ୍ରୀ ମୋଦୀ ତାଙ୍କୁ ଏହି ସୁଯୋଗ ଦେଇ ନ ଥିଲେ ସେ ନିଜ ସହ ସାକ୍ଷାତ କରିପାରି ନ ଥାନ୍ତେ । ଯେତେବେଳେ ବ୍ୟକ୍ତି ଏକାନ୍ତରେ ରହିଥାଏ ସେତେବେଳେ ତାକୁ ବହୁତ କିଛି ଭାବିବାକୁ, ବୁଝିବାକୁ ଓ ଚିନ୍ତନ କରିବାକୁ ସୁଯୋଗ ମିଳିଥାଏ । ସେ କହିଛନ୍ତି ମୁଁ ଜେଲ୍ ଯାଇ ୩୦ ବର୍ଷର ସଂଘର୍ଷମୟ ଜୀବନକୁ ଆହୁରି ମଜଭୁତ କରିଛି ଓ ନିଜକୁ ଏହି ଭରସା ଦେଇ ଆସିଛି କି ସେ ଯେଉଁ କାମ କରିଛନ୍ତି ତାହା ବିଲକୁଲ୍ ଠିକ୍ ଥିଲା ।

Get real time updates directly on you device, subscribe now.