fbpx

ଚୈତ୍ର ନବରାତ୍ରୀର ଅଷ୍ଟମୀ ଦିନ ଭୁଲରେ ବି କରନ୍ତୁନି ଏହି କାମ, ନଚେତ ମିଳିବନି ପୂଜା ଫଳ, ଜାଣନ୍ତୁ ସଠିକ ନିୟମ

ଓଡ଼ିଶା ଭାଷ୍କର: ଚୈତ୍ର ନବରାତ୍ରୀ ଅଷ୍ଟମୀ ୧୬ ଏପ୍ରିଲରେ ପାଳନ କରାଯିବ । ଏହି ଦିନ ମାଆ ମହାଗୌରୀଙ୍କୁ ପୂଜା କରାଯାଇଥାଏ । ଅଷ୍ଟମୀ ଦିନ ମାଆ କାଳି, ଦକ୍ଷିଣ କାଳି ଏବଂ ଭଦ୍ରକାଳିଙ୍କୁ ମଧ୍ୟ ପୂଜା କରାଯାଇଥାଏ । ମାଆ ଗୌରୀଙ୍କୁ ଅନ୍ନପୂର୍ଣ୍ଣା ବୋଲି ମଧ୍ୟ କୁହାଯାଏ । ତେବେ ଆସନ୍ତୁ ଜାଣିବା ଏହି ଦିନ କେଉଁ କାମ କରିବା ଉଚିତ ନୁହେଁ ।

ଏହି ଦିନ ଅଧିକ ସମୟ ପର୍ଯ୍ୟନ୍ତ ଶୋଇବା କଥା ନୁହେଁ । ସକାଳୁ ଉଠି ସ୍ନାନ କରିବା ଉଚିତ । ଯଦି ଆପଣ ବ୍ରତ ମଧ୍ୟ କରିନାହାନ୍ତି ତେବେ ଏହି ଦିନ ଶୀଘ୍ର ଉଠି ସ୍ନାନ କରିବା ଆବଶ୍ୟକ । ଏହି ଦିନ କଳା ରଙ୍ଗର ବସ୍ତ୍ର ଭୁଲରେ ମଧ୍ୟ ପିନ୍ଧନ୍ତୁନି । ଏହି ଦିନ ପୂଜାରେ ହୋମ କରିବା ଅତ୍ୟନ୍ତ ଆବଶ୍ୟକ । ତେବେ ଏହି ଦିନ ହୋମରେ ଆହୁତୀ ଦେବା ଆବଶ୍ୟକ ।

ଏହି ଦିନ ହୋମ କରିବା ସମୟରେ ଧ୍ୟାନ ରଖନ୍ତୁ ହୋମ ସାମଗ୍ରୀ କୁଣ୍ଡ ବାହାରକୁ ଆସିବା ଉଚିତ ନୁହେଁ । ମାଆଙ୍କ ପୂଜା ସମୟରେ ଶାନ୍ତି ରହିବା ଆବଶ୍ୟକ । ମାଆ ଦୁର୍ଗାଙ୍କ ପୂଜା ଭକ୍ତିଭାବ ଦ୍ୱାରା କରିଲେ ପୂଜା ଫଳ ମିଳିଥାଏ ।

ନିୟମ: ଅଷ୍ଟମୀ ଦିନ ମାଆ ଦୁର୍ଗାଙ୍କ ଷୋଡଶୋପଚାର ପୂଜା କରାଯାଇଥାଏ । ଏହି ଦିନ ମାଆ ଦୁର୍ଗାଙ୍କ ନଅ ରୂପର ପୂଜା ହୋଇଥାଏ । ଏଥିପାଇଁ ଏହି ଦିନ ମାଟିର ନଅଟି କଳସ ରଖାଯାଏ ଏବଂ ଦେବୀ ଦୁର୍ଗାଙ୍କ ନଅଟି ରୂପକୁ ଧ୍ୟାନ କରି ଆହ୍ୱାନ କରାଯାଇଥାଏ ।

ଅଷ୍ଟମୀ ଦିନ ଦୁର୍ଗା ଚାଳିସା ଏବଂ ଦୁର୍ଗା ସପ୍ତଶତୀର ପାଠ କରିବା ନିହାତି ଆବଶ୍ୟକ । ଏହି ଦିନ ସଧବା ମହିଳାଙ୍କୁ ମାଆ ଗୌରୀଙ୍କୁ ଲାଲ ରଙ୍ଗର ଓଢଣୀ ଅର୍ପଣ କରାଯାଇଥାଏ । ଏହା କରିବା ଦ୍ୱାରା ସ୍ୱାମୀଙ୍କ ଆୟୁଷ ବଢିଥାଏ । ଯଦି ଆପଣ ଅଷ୍ଟମୀ ବ୍ରତ ରଖୁଛନ୍ତି ତେବେ ମହାନବମୀ ଦିନ କନ୍ୟା ପୂଜା କରିବା କରିବା ଆବଶ୍ୟକ । ଏଥିରେ ମାଆଙ୍କ ଆର୍ଶୀବାଦ ମିଳିଥାଏ ।

Get real time updates directly on you device, subscribe now.