fbpx
BJD SKY
BJD SKY

ଇଦ୍‌ରେ ମସଜିଦ ବୁଲିଲେ ମନ୍ମଥ; ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ପରିବାରର ସୁଖ-ଶାନ୍ତି ପାଇଁ କରିଲେ କାମନା

BJD

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଇଦ୍ ରେ ମସଜିଦ ବୁଲିଲେ ମନ୍ମଥ ରାଉତରାୟ । ଆଜି ଇଦ୍ ଅବସରରେ ଭୁବନେଶ୍ବର ସାଂସଦ ପାର୍ଥ ମନ୍ମଥ ରାଉତରାୟ ଓ ବିଧାୟକ ପାର୍ଥ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସହ ମେୟର ସୁଲୋଚନା ଦାସ ଭୁବନେଶ୍ବର ଯଦୁପୁର ମସଜିଦରେ ମୁସଲମାନ ସଂପ୍ରଦାୟର ଲୋକମାନଙ୍କୁ ଭେଟି ଇଦ୍ ର ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ପରିବାରର ସୁଖ ଶାନ୍ତି କାମନା କରିଥିଲେ । ନମାଜ ପାଠ ସାରିବା ପରେ ମନ୍ମଥ ସବୁ ଲୋକଙ୍କୁ ଆଲିଙ୍ଗନ କରି ଇଦ୍ ର ଶୁଭେଚ୍ଛା ଜଣାଇଛନ୍ତି ।

ଏହି ଅବସରରେ ସେ କହିଛନ୍ତି ରାଜ୍ୟ ସରକାର ମନ୍ଦିରର ରୂପାନ୍ତରଣ ସହ ମସଜିଦର ମଧ୍ୟ ରୂପାନ୍ତରଣ କରୁଛନ୍ତି । ପୂର୍ବତନ ମନ୍ତ୍ରୀ ଆଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ଆଲ୍ଲା ସେମାନଙ୍କ ପରିବାର ବର୍ଗଙ୍କୁ ସୁଖ ଶାନ୍ତି ପ୍ରଦାନ କରନ୍ତୁ । ଆମେ ଯଦୁପୁର ମସଜିଦ ପାଇଁ ପାଣି ଠାରୁ ଆରମ୍ଭ କରି ଆଲୋକି କରଣ ପର୍ଯ୍ୟନ୍ତ ସବୁ କିଛି ଉନ୍ନତୀ କରାଯାଇଛି । ଏହା ସହ କଲ୍ୟାଣ ମଣ୍ଡପ ପାଇଁ ୪୫ ହଜାର, ଫେବର ବ୍ଲକ୍ ପାଇଁ ୨୫ ଲକ୍ଷ , ୨୪ ଘଣ୍ଟିଆ ପିଇବା ପାଈଁ , ୫ଟି ଅଧୀନରେ ମାମତାଜ୍ ଅଲ୍ଲୀ ବିଦ୍ୟାଳୟର ରୂପାନ୍ତରଣ କରାଯାଇଛି । ୨୦୦୯ ଠୁ ଏହି ଅଞ୍ଚଳ ବାସୀଙ୍କ ସହଯୋଗ ସାହାଯ୍ୟ ରହିଛି ।

Get real time updates directly on you device, subscribe now.