fbpx

ତୃତୀୟ ସନ୍ତାନର ବାପା ହେଲେ ବିଜେପି ନେତା ମନୋଜ ତିୱାରୀ;ସୋସିଆଲ ମିଡିଆରେ ଦେଲେ ସୂଚନା

ମୁମ୍ବାଇ :ଭୋଜପୁରୀ ତାରକା ଗାୟକ, ଅଭିନେତା ତଥା ବିଜେପି ନେତା ମନୋଜ ତିୱାରୀ ତାଙ୍କ ସୋସିଆଲ ମିଡିଆରେ କରିଥିବା ଏକ ପୋଷ୍ଟ ବର୍ତ୍ତମାନ ଆଲୋଚନାର ବିଷୟ ପାଲଟିଛି । ସେ ତାଙ୍କ ଦ୍ୱିତୀୟ ପତ୍ନୀ ସୁରବୀ ତିୱାରୀଙ୍କ ସହ ଏକ ଫଟୋ ସେୟାର କରିଛନ୍ତି, ଯାହା ସେୟାର କରି ସେ କହିଛନ୍ତି ଯେ ତାଙ୍କ ଘରକୁ ପୁଣି ଥରେ ଖୁସି ଖବର ଆସିଛି । ଯାହା ବର୍ତ୍ତମାନ ଗୁଜବ ସୃଷ୍ଟି କରିଛି। ତାଙ୍କ ପତ୍ନୀ ଗୋଟେ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। କେବଳ ଗତ ମାସରେ ଅଭିନେତା ତାଙ୍କ ପତ୍ନୀଙ୍କ ସଦ ଖିଆ(ବେବି ସାୱାର ) ସମାରୋହର ଏକ ଭିଡିଓ ସେୟାର କରିଥିଲେ। ଏହା ପରେ ଜଣାପଡିଥିଲା ​​ଯେ ସେ ଶୀଘ୍ର ପିତା ହେବାକୁ ଯାଉଛନ୍ତି। ଲୋକମାନେ ଉତ୍ସାହର ସହିତ ଏହି ମୁହୂର୍ତ୍ତକୁ ଅପେକ୍ଷା କରିଥିଲେ।

ବର୍ତ୍ତମାନ ମନୋଜଙ୍କ ଏହି ପୋଷ୍ଟ ସହିତ ପ୍ରଶଂସକଙ୍କ ଅପେକ୍ଷା ମଧ୍ୟ ଶେଷ ହୋଇଛି।ମନୋଜ ତିୱାରୀ ଇନଷ୍ଟାଗ୍ରାମରେ ପତ୍ନୀ ସୁରବି ତିୱାରୀଙ୍କ ସହ ଡାକ୍ତରଖାନାର ଏକ ଫଟୋ ସେୟାର କରିଛନ୍ତି ।ଏହାକୁ ବାଣ୍ଟିବା ସହିତ ଅଭିନେତା କ୍ୟାପସନରେ ଲେଖିଛନ୍ତି, ‘ଲକ୍ଷ୍ମୀ ପରେ ସରସ୍ୱତୀ ମୋ ଘରେ ପହଞ୍ଚିଛନ୍ତି । ଆଜି ଘରେ ଏକ ସୁନ୍ଦର ଝିଅ ଜନ୍ମ ହୋଇଛି। ଏଥିପାଇଁ ଆପଣଙ୍କୁ ସମସ୍ତଙ୍କୁ ଧନ୍ୟବାଦ।

 

View this post on Instagram

 

A post shared by Manoj Tiwari (@manojtiwari.mp)

ଏହି ପୋଷ୍ଟ ସେୟାର କରିବା ପରେ ସୋସିଆଲ ତାଙ୍କୁ ଅଭିନନ୍ଦନ ମିଳୁଛି । ଲୋକମାନେ ତାଙ୍କୁ ଶୁଭ କାମନା କରୁଛନ୍ତି । ତାଙ୍କର ଶେଷ ପୋଷ୍ଟରେ ଅଭିନେତା ଏପର୍ଯ୍ୟନ୍ତ ଝିଅର ଝଲକ ଦେଖାଇ ନାହାଁନ୍ତି। ଏଥିରେ କେବଳ ସେ ନିଜ ପତ୍ନୀଙ୍କ ସହ ସେଲଫି ନେଉଥିବାର ନଜର ଆସିଛନ୍ତି।

Get real time updates directly on you device, subscribe now.