fbpx

ଜାଣନ୍ତୁ କାହିଁକି ସୋସିଆଲ୍ ମିଡିଆ ଛାଡିଲେ ମାନୁ ଭାକେର୍; ଭାରତ ପାଇଁ ଜିତିଛନ୍ତି ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ: ଯୁବ ଭାରତୀୟ ଶୁଟିଂ ଷ୍ଟାର ମାନୁ ଭାକେର ସୋସିଆଲ ମିଡିଆ ଛାଡିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ମାନୁ ସବୁଦିନ ପାଇଁ ସୋସିଆଲ ମିଡିଆ ଛାଡୁ ନାହାନ୍ତି । ଆସନ୍ତା ଟୋକିଓ ଅଲିମ୍ପିକ୍ସ ଶେଷ ହେବା ଯାଏଁ ମାନୁ ନିଜର ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟ ବନ୍ଦ ରଖିବା ନେଇ ଘୋଷଣା କରିଛନ୍ତି । ସର୍ବାଧିକ ୩ଟି ବର୍ଗରେ ଚଳିତ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଛନ୍ତି ଭାକେର । ୧୯ ବର୍ଷୀୟ ଭାକେର ୧୩ ଜଣିଆ ଶୁଟିଂ ଦଳ ସହିତ କ୍ରୋଏସିଆରେ ଅଭ୍ୟାସ କରୁଛନ୍ତି ।

ଜୁଲାଇ ୨୩ରୁ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଯାଉଛି । ବର୍ତ୍ତମାନ ଅଲିମ୍ପିକ୍ସ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବାରୁ ପ୍ରସ୍ତୁତିକୁ କଡାକଡି କରିବା ପାଇଁ ସୋସିଆଲ ମିଡିଆରୁ ବିଦାୟ ନେବାର ନିଷ୍ପତ୍ତି ନେଇଥିବା କହିଛନ୍ତି ମାନୁ । ଏକ ଟ୍ୱିଟ୍ କରି ମାନୁ ଏହି ଘୋଷଣା କରିଥିବା ବେଳେ ଦେଶ ପାଇଁ ଗୌରବ ଆଣିବା ପାଇଁ ଦେଶବାସୀଙ୍କ ଆଶୀର୍ବାଦ ଆବଶ୍ୟକ ବୋଲି ମାନୁ ଲେଖିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଶେଷ ହୋଇଥିବା ଶୁଟିଂ ବିଶ୍ୱକପରେ ମାନୁ ୧୦ ମି. ଏୟାର ପିସ୍ତଲ ମିକ୍ସଡ୍ ଟିମ୍ ଏବଂ ୧୦ ମି. ଏୟାର ପିସ୍ତଲ ମହିଳା ଦଳ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।

Get real time updates directly on you device, subscribe now.