fbpx

ଗାଇଡଲାଇନ୍ କଡ଼ାକଡ଼ି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ବଢ଼ିଚାଲିଛି ମୃତ୍ୟୁସଂଖ୍ୟା । ଏହାରି ମଧ୍ୟରେ ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲାରେ ନିୟମ କଡ଼ାକଡ଼ି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ସହ ଯେଉଁଠି ଟିପିଆର୍ ୫%ରୁ ଅଧିକ ଅଛି, ସେଠାରେ ଅଧିକ ସତର୍କ ରୁହ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଘରକୁ ଘର ବୁଲି ସର୍ଭେକୁ ଆହୁରି ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତିି ନବୀନ । ତୃତୀୟ ଲହର ପ୍ରସ୍ତୁତି ନେଇ ଡାକ୍ତରଙ୍କ ତାମିଲକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଟିକାକରଣ ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ୧୭ ଜିଲ୍ଲାରେ ଆଂଶିକ ଅନଲକ୍ ପରେ ବି ସଂଖ୍ୟା ବଢ଼ିଲାନି । କିନ୍ତୁ ଉପକୂଳ ଓ ଉତ୍ତରରେ ସଂକ୍ରମଣ ଅଧିକ ଥିବାରୁ ସତର୍କ ଦୃଷ୍ଟି ରହିଛି । ଖୋର୍ଦ୍ଧା ଓ ପୁରୀ ଉପରେ ସରକାରଙ୍କ ଅଧିକ ଗୁରୁତ୍ୱ ରହିଛି । ଜୁଲାଇ ୧୫ ବେଳକୁ ସ୍ଥିତିରେ ଉନ୍ନତି ଆସିବ ବୋଲି ସରକାର ଆକଳନ କରିଛନ୍ତି ।

ଅନ୍ୟପଟେ ପୁରୀ, କଟକ, ବାଲେଶ୍ୱର, ମୟୂରଭଞ୍ଜରେ ସଂକ୍ରମଣ ଅଧିକ ରହିଛି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି । ଏସବୁ ଜିଲ୍ଲା ଉପରେ ଅଧିକ ସତର୍କ ଦୃଷ୍ଟି ରଖାଯାଇଛି ବୋଲି ସେ କହିଛନ୍ତି । ଖୋର୍ଦ୍ଧା, ପୁରୀରେ ସଂକ୍ରମଣ ୯ରୁ ୧୫% ରହୁଥିବା କହିଛନ୍ତି ସ୍ୱାସ୍ଥ୍ୟ ଏସିଏସ । ଜୁଲାଇ ୧୫ ବେଳକୁ ପରିସ୍ଥିତିରେ ଅଧିକ ଉନ୍ନତି ଆସିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.