ବହୁ ଉପକାରୀ ହୋଇ ଥାଏ Aloe Vera: ବିଭିନ୍ନ ରୋଗରୁ ଦିଲ ମୁକ୍ତି, ମିଳେ ଏହି ଉପକାର

ଓଡ଼ିଶା ଭାସ୍କର: ଆଲୋଭେରା ବା ଘି-କୁଆଁରୀ ଗଛ ବିଷୟରେ ଆପଣ ମାନେ ନିହାତି ଜାଣିଥିବେ । ଏହି ଗଛ ଆପଣଙ୍କ ଘର, ବାଡି ଆଖପାଖ କୌଣସି ସ୍ଥାନରେ ହୋଇଥିବାର ମଧ୍ୟ ଆପଣ ମାନେ ଦେଖିବାକୁ ପାଇଥିବେ । ଏହି ଆଲୋଭେରାରେ ଭିଟାମିନ A, C, E, B12 ଏବଂ ଫଲିକ ଏସିଡ ରହିଥାଏ । ଏଥିରେ କ୍ୟାଲସିୟମ, ପୋଟାସିୟମ ଓ ଜିଙ୍କ ଭଳି ଅନେକ ପୋଷକ ତତ୍ୱ ମଧ୍ୟ ଭରି ରହିଥାଏ । ତେବେ ଏହି ଆଲୋଭେରାରୁ ଆମେ ଅନେକ କିଛି ଉପର ପାଇପାରିଥାଉ । ତେବେ ଚାଲନ୍ତୁ ଆଲୋଭେରା ଠାରୁ ମିଳୁଥିବା ଉପକାରୀତା ସମ୍ପର୍କରେ ଆଲୋଚନା କରିବା ।

  • ଆଲୋଭେରା ବ୍ରଣ ସମସ୍ୟାକୁ ଚେହେରାରୁ ହଟାଇବାରେ ବହୁତ ସାହାଯ୍ୟ କରିଥାଏ । ଆଲୋଭେରାକୁ କିଛି ସମୟ ମୁହଁରେ ଲଗାଇ ତାହାକୁ ଛାଡି ଦିଅନ୍ତୁ । ତାହା କିଛି ସମୟ ପରେ ଶୁଖିଗଲେ, ପାଣି ସାହାଯ୍ୟରେ ନିଜ ମୁହଁକୁ ଧୋଇ ପରିଷ୍କାର କରି ଦିଅନ୍ତୁ । ଏହା ମୁହଁରୁ ବ୍ରଣ, ଦାଗ ହଟାଇବା ସହ ଚେହେରାକୁ ଏକ ପ୍ରାକୃତିକ ଚମକ ଦେଇଥାଏ ।
  • ବର୍ତ୍ତମାନର ଯୁବପିଢିମାନଙ୍କର ଆଖି ଜନିତ ଅନେକ କିଛି ସମସ୍ୟା ଦେଖାଯାଉଛି। ତେଣୁ ୨ ଚାମଚ ଆଲୋଭେରା ଜେଲ୍ ସହ ୧ ଗ୍ଳାସ ପାଣି ମିଶାଇ ଆଖିକୁ ଧୋଇଲେ । ଆଖିକୁ ଆରାମ ମିଳିବା ସହ ଆଖିକୁ ସବୁକିଛି ସ୍ପଷ୍ଠ ଭାବରେ ଦେଖା ମଧ୍ୟ ଯାଇଥାଏ ।
  • ଯେଉଁ ବ୍ୟକ୍ତି ମଧୁମେହ ସମସ୍ୟାରେ ପୀଡିତ ରହିଥାନ୍ତି । ସେମାନେ ପ୍ରତିଦିନ ଆଲୋଭେରା ଜୁସ ପିଇ ଦ୍ୱାରା ସେମାନଙ୍କର ବହୁ ମାତ୍ରାରେ ସୁଗାର ନିୟନ୍ତ୍ରିତ ହୋଇକି ରହିଥାଏ ।
  • ଦାନ୍ତ ପାଇଁ ମଧ୍ୟ ଆଲୋଭେରା ଲାଭକାରୀ ହୋଇଥାଏ । ଦାନ୍ତ ମୂଳରେ ଆଲୋଭେରା ଜେଲ୍ ଲଗାଇବା ଦ୍ୱାରା ଦାନ୍ତ ମୂଳ ମଜବୁତ ରହିବା ସହ ଦାନ୍ତ ମୂଳ ପୋକ ମଧ୍ୟ କାଟିନଥାଏ ।
  • କେଶ ପାଇଁ ମଧ୍ୟ ଆଲୋଭେରା ବରଦାନ ସ୍ୱରୂପ ହୋଇଥାଏ । କେଶ ଝଡୁଥିଲେ, କି କେଶରେ ରୂପୀ ଭଳି ସମସ୍ୟା ରହୁଥିଲେ । ୨ ଚାମଚ ଆଲୋଭେରା ଜେଲ୍ ସହ କଣ୍ଡିସନରମିଶାଇ ଲଗାଇବା ଦ୍ୱାରା ରୂପୀ ସମସ୍ୟା ଦୂର ହୋଇଥାଏ । ଏହା ସହ କେଶ ମଜବୁତ ଓ ଚମକଦାର ମଧ୍ୟ ହୋଇଥାଏ ।
  • ଶରୀରର ଯଦି କୌଣସି ସ୍ଥାନରେ କ୍ଷତ ହୋଇଯାଇଥାଏ । ବା ସେହି ସ୍ଥାନଟି ଜଳାପୋଡା ହେଉଥିବ ତେବେ ସେହି ସ୍ଥାନରେ ଆଲୋଭେରା ଜେଲ୍ ଲଗାଇ ଦିଅନ୍ତୁ । ଏପରି କରିବା ଦ୍ୱାରା କ୍ଷତ ସ୍ଥାନଟିକୁ ଆରାମ ମିଳିବା ସହ କ୍ଷତ ଖୁବ ଶୀଘ୍ର ଭଲ ହୋଇଯାଇଥାଏ ।
  • ଆଣ୍ଠୁ ଓ ଗଣ୍ଠି ସ୍ଥାନରେ ଆଲୋଭେରା ଜେଲର ମାଲିସ ଦ୍ୱାରା ଗଣ୍ଠି ସ୍ଥାନରେ ହେଉଥିବା ଦରଜ ଓ ଯନ୍ତ୍ରଣାରୁ କିଛି ଉପଶମ ମିଳିଥାଏ । ତେବେ ଆଲୋଭେରା ଆମ ଶରୀର ପାଇଁ ବହୁତ ଲାଭକାରୀ ପଦାର୍ଥ ଅଟେ ।

Get real time updates directly on you device, subscribe now.