fbpx

ଅଭିନେତା ସୁଶାନ୍ତଙ୍କ ପୋଷ୍ଟମୋର୍ଟମ ରିପୋର୍ଟରେ ନାହିଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ମୁମ୍ବାଇ,୨ ।୮: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ରହସ୍ୟ ଘେରକୁ ଯିବାରେ ଲାଗିଛି । ଗୋଟିଏ ପଟେ ମୁମ୍ବାଇ ପୋଲିସ ଚଲାଇଥିବା ତଦନ୍ତକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ, ଅନ୍ୟପଟେ ତାଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ଏକ ବଡ ଧରଣର ବଡବଡ ଦେଖିବାକୁ ମିଳିଛି । ତେବେ ସୁଶାନ୍ତଙ୍କ ପୋଷ୍ଟମର୍ଟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦିଆଯାଇନାହିଁ ।

ପ୍ରଥମରୁ ତଦନ୍ତ ଅଧିକାରୀମାନେ ଯେଉଁ ତଥ୍ୟା ପାଇଥିଲେ, ତାହା ରିପୋର୍ଟରେ ଦର୍ଶାଯାଇନାହିଁ । ସୁଶାନ୍ତଙ୍କ ଘରୁ ସେଦିନ ଭିଡିଓଗ୍ରାଫର ଯେଉଁ ଭିଡିଓ ରେକର୍ଡ କରିଥିଲା, ତାହା ରିପୋର୍ଟରେ ଦିଆଯାଇନାହିଁ । ଏପରିରିକି ମୃତ ଶରୀରର ଉଚ୍ଚତା ବା କିଛି ଆଇଣ୍ଟେଟିଟୀ ମାର୍କ ମଧ୍ୟ ରିପୋର୍ଟରେ ନାହିଁ ।

ସେହିପରି ସୁଶାନ୍ତଙ୍କ ମୃତ୍ୟୁ ପରେ ଶରୀରରେ ହୋଇଥିବା ପରିବର୍ତ୍ତନ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇନାହିଁ, ଯେଉଁ କାରଣରୁ ମୃତ୍ୟୁର ସଠିକ୍ ସମୟ ଜଣାପଡିଥାଏ ।

ଏହା ସହ ମୃତ ଶରୀରର ସ୍ଥିତି ସମ୍ପର୍କରେ ମଧ୍ୟ କିଛି ସୂଚନା ଦିଆଯାଇନଥିଲା, ଯେପରିକି ଜିଭ ବାହାରିଛି କି ନାହିଁ, ଆଖି ଖୋଲା ଅଛି କି ବନ୍ଦ ଅଛି ଓ କେଉଁ ଅବସ୍ଥାରେ ଶରୀରକୁ ତଳକୁ କରାଯାଇଥିଲା?

ଏଥିରୁ ଜଣାପଡୁଛି ଯେ, ଆତ୍ମହତ୍ୟା ପରେ ପୋଷ୍ଟମୋର୍ଟମରେ ଯେଉଁ ସବୁ ସୂଚନା ଦିଆଯାଏ, ତାହା ସୁଶାନ୍ତଙ୍କ ମାମଲାରେ ଦିଆଯାଇନାହିଁ ।

Get real time updates directly on you device, subscribe now.