fbpx

ଋଷରେ ଫସିଛନ୍ତି ଅନେକ ଭାରତୀୟ ନାଗରିକ, ଯୁଦ୍ଧ ଲଢ଼ିବାକୁ କରାଯାଉଛି ବାଧ୍ୟ: ଏବେ ଭାରତ ସରକାର ଜାରି କଲେ ଗାଇଡଲାଇନ୍

Advertisement

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ବନ୍ଦ ହେବାର ନାଁ ନେଉନାହିଁ । ତେବେ ଏହି ଯୁଦ୍ଧ ମଧ୍ୟରେ ଋଷରେ ଫସି ରହିଥିବା ଅନେକ ଭାରତୀୟ ନାଗରିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରକୃତରେ ଋଷ ସେଠାରେ କାର୍ଯ୍ୟ କରିବାକୁ ଆସିଥିବା ଭାରତୀୟ ନାଗରିକମାନଙ୍କୁ ୟୁକ୍ରେନ ସହିତ ଯୁଦ୍ଧ କରିବାକୁ ବାଧ୍ୟ କରୁଛି ।

ତେବେ ଭାରତୀୟ ନାଗରିକମାନେ ଉଦ୍ୱେଗ ପ୍ରକାଶ କରିଥିଲେ ଏବଂ ଶୁକ୍ରବାର ଦିନ ଭାରତ ଏହାର ନାଗରିକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ଏବଂ ଏହି ଯୁଦ୍ଧରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି ।

ଏକ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲ କହିଛନ୍ତି, “ଆମେ ଜାଣୁ ଯେ କିଛି ଭାରତୀୟ ନାଗରିକ ଋଷର ସୈନ୍ୟବାହିନୀ ସହିତ ସହାୟକ ଚାକିରି ପାଇଁ ସାଇନ୍ ଅପ୍ କରିଛନ୍ତି । ଭାରତୀୟ ଦୂତାବାସ ନିୟମିତ ଋଷର କର୍ତ୍ତୃପକ୍ଷଙ୍କ ସହ ଏହି ମାମଲା ଉଠାଉଛି । ଉପଯୁକ୍ତ ସତର୍କତା ଅବଲମ୍ବନ କରିବାକୁ ଏବଂ ଏହି ଦ୍ୱନ୍ଦ୍ୱରୁ ଦୂରରେ ରହିବାକୁ ଆମେ ସମସ୍ତ ଭାରତୀୟ ନାଗରିକଙ୍କୁ ଅନୁରୋଧ କରୁଛୁ ।’

ସପ୍ତାହେ ପୂର୍ବରୁ ଋଷର ସେନାରେ ଯୋଗଦେବାକୁ ଏବଂ ୟୁକ୍ରେନ ବିରୋଧରେ ଯୁଦ୍ଧରେ ଲଢ଼ିବାକୁ ବାଧ୍ୟ କରାଯାଉଥିବା ତିନିଜଣ ଭାରତୀୟଙ୍କୁ ଉଦ୍ଧାର କରିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଅନୁରୋଧ କରିଥିଲେ ଆଇଆଇଏମଆଇଏମ୍ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱାଇସି । ଦି ହିନ୍ଦୁରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଅତି କମରେ ତିନି ଜଣ ଭାରତୀୟ ନାଗରିକଙ୍କୁ ଜଣେ ଏଜେଣ୍ଟ ଦ୍ୱାରା ଧୋକା ଦେଇ ରୁଷକୁ “ସେନା ସୁରକ୍ଷା ସହାୟକ” ଭାବେ କାମ କରିବାକୁ ପଠାଯାଇଥିଲା ।

Get real time updates directly on you device, subscribe now.