fbpx

କଳା ସାରଙ୍କ କାରନାମା: ଲକ-ଡାଉନରେ କରିଦେଲେ ଖେଳ

କଟକ,୧୯ ।୨(ଓଡିଶା ଭାସ୍କର): ରସିକିଆ କଳା ସାରଙ୍କ କାରନାମାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଆରମ୍ଭ ହୋଇଛି । ସମ୍ପୃକ୍ତ ଶିକ୍ଷକ ଜଣେ କି ୨ଜଣ ନୁହେଁ, ବରଂ ୪ ଜଣଙ୍କୁ ବିବାହ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏତଲା ପରେ ସମ୍ପୃକ୍ତ ଆର୍ଟ ଟିଚରଙ୍କୁ ପୋଲିସ ଉଠାଇ ଆଣିଛି । କଟକ ମହିଳା ଥାନାରେ ସମ୍ପୃକ୍ତ ଶିକ୍ଷକଙ୍କୁ ଅଟକ ରଖି ଜେରା ଚାଲିଛି ।

ତେବେ ସାଲେପୁର ଅଞ୍ଚଳର ଏକ ସ୍କୁଲରେ କଳା ଶିକ୍ଷକ ଅଛନ୍ତି ସମ୍ପୃକ୍ତ ଶିକ୍ଷକ । ୨୦୦୧ରେ ରାଉସାପାଟଣାର ଜଣେ ଯୁବତୀଙ୍କୁ ସେ ପ୍ରଥମ ବିବାହ କରିଥିଲେ । ୨୦୦୮ ରେ ଲୁଚାଛପାରେ ଶିକ୍ଷକ ଜଣକ ଆଉ ଜଣେ ଯୁବତୀଙ୍କୁ ବାହା ହୋଇଥିଲେ । ପରେ ଲକଡାଉନ ଚାଲିଥିବା ବେଳେ ସେ ଆଉ ୨ ଯୁବତୀଙ୍କୁ ମଧ୍ୟ ବାହା ହୋଇଛନ୍ତି । ପ୍ରଥମ ଓ ୩ୟ ସ୍ତ୍ରୀ ଏକଥା ଜାଣିବା ପରେ ଥାନାରେ ଅଭିଯୋଗ କରିଛନ୍ତି । ଏତଲା ପରେ ଚତୁର୍ଥ ପତ୍ନୀ ପାଖରେ ରହୁଥିବା କଳା ସାରଙ୍କୁ ବାନ୍ଧି ଆଣିଥିଲା ପୋଲିସ ।

Get real time updates directly on you device, subscribe now.