fbpx

Breaking news:ପୁଣି ମାତିଲେ ମାଓବାଦୀ, କମାଣ୍ଡରଙ୍କୁ ନିର୍ମମ ହତ୍ୟା

ଭୁବନେଶ୍ୱର:ଛତିଶଗଡରେ ପୁଣି ମାତିଲେ ମାଓବାଦୀ । ଆଜି ସିଏଫଏଫ ୪ର୍ଥ ବାଟାଲିୟନ କମାଣ୍ଡରଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି ମାଓବାଦୀ । କମାଣ୍ଡରଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ମାଓବାଦୀ । ବିଜାପୁର କୁଟୁର କ୍ୟାମ୍ପ କମାଣ୍ଡର ତିଜାଓ ରାମଙ୍କୁ ହତ୍ୟା କରାଯାଇଛି ।

ଆଜି କମ୍ବିଂ ଅପରେସନରେ ସିଏଫଏଫ ଟିମ୍ ବାହାରିଥିବା ବେଳେ ମାଓବାଦୀମାନେ ଏହି ହତ୍ୟାକାଣ୍ଡ ଭିଆଇଛନ୍ତି । ଜଣାଯାଇଛି କି ମାଓବାଦୀଙ୍କ ସ୍ମଲ ଆକ୍ସନ ଟିମ୍ ଏହି ହତ୍ୟାକାଣ୍ଡ ଭିଆଇଛନ୍ତି ।

Get real time updates directly on you device, subscribe now.