fbpx

ପୁଣି ମୁଣ୍ଡ ନେଲା ଲାଲବାହିନୀ, ଜଣଙ୍କୁ ଗଳା କାଟି ହତ୍ୟା

ମାଲକାନଗିରି(ଓଡ଼ିଶା ଭାସ୍କର): ମାଓବାଦୀଙ୍କ ବର୍ବର କାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଗଳା କାଟି ହତ୍ୟା କରିଛି ଲାଲବାହିନୀ । ମାଲକାନିଗିରି ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାର ଏରାବର ଥାନା ଅଞ୍ଚଳରୁ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଘରୁ ଡାକି ନେଇ ମାଓବାଦୀମାନେ ହତ୍ୟା କରିଥିବା ଜଣାପଡିଛି । ମୃତକଙ୍କ ନାଁ ଦାରେ ନବୀନ ।

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ୧୦ ରୁ ୧୫ ଜଣ ସଶସ୍ତ୍ର ମାଓବାଦୀ ଦାରେ ନବୀନଙ୍କୁ ଘରୁ ଡାକି ନେଇ ଗାଁର ଶେଷ ମୁଣ୍ଡରେ ହତ୍ୟା କରିଥିଲେ । ହତ୍ୟା ପରେ ମୃତଦେହ ନିକଟରେ ଏକ ଚିଠି ମଧ୍ୟ ଛାଡିଛନ୍ତି । ଯେଉଁଥିଲେ ଲେଖିଅଛି କି, ‘ଦାରେ ନବୀନ ଅନେକ ସମୟରେ ପୋଲିସ ପାଇଁ ଗୁଇନ୍ଦା କାମ କରିବା, ଜଙ୍ଗଲ ନଷ୍ଟ କରିବା ଓ ବେଆଇନ ଭାବେ ଜଙ୍ଗଲ ଜମିକୁ ଅଧିଗ୍ରହଣ କରିବା କାମରେ ଲିପ୍ତ ରହିଥିଲେ । ଏଡି କାରଣରୁ ତାଙ୍କୁ ମୃତୁଦଣ୍ଡ ଦିଆଯାଇଛି ।’

ଘଟଣାସ୍ଥଳରେ ସୁରକ୍ଷାକର୍ମୀ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଛେଦ ପାଇଁ ପଠାଇଛନ୍ତି । ଘଟଣାକୁ ନେଇ ଅଧିକ ଛାନଭିନ୍ ଜାରି ରହିଛି ବୋଲି ସୁକୁମା ଏସପି ସୁନିଲ ଶର୍ମା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.