fbpx
BSKY
BJD MC SKY
BJD YOUTH SKY

ମରାଠୀ ଅଭିନେତା ରବିନ୍ଦ୍ର ମହାଜନୀଙ୍କ ପରଲୋକ: ଘରର କବାଟ ଭାଙ୍ଗି ଶବକୁ କରାଯାଇଥିଲା ବାହାର

ମରାଠୀ ସିନେମାର ଜଣାଶୁଣା ଅଭିନେତା ରବିନ୍ଦ୍ର ମହାଜନୀଙ୍କ ଦେହାନ୍ତ ହୋଇଛି। ୭୭ ବର୍ଷିୟ ରବିନ୍ଦ୍ର ମହାଜନୀଙ୍କ ମୃତ ଦେହ ତାଙ୍କ ଫ୍ଲାଟରୁ ଉଦ୍ଧାର ହୋଇଛି ।  ପୁନେର ଅମ୍ବି ଗାଁରେ ଭଡାରେ ଏକ ଫ୍ଲାଟରେ ରହୁଥିଲେ । ସୂଚନା ମୁତାବକ, ଫ୍ଲାଟରୁ ଦୁର୍ଗନ୍ଧ ଆସିବା ପରେ ପୋଲିସକୁ ସୂଚନା ଦେଇଥିଲେ ପଡୋଶୀ । ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କବାଟ ଭାଙ୍ଗିବା ପରେ ରବିନ୍ଦ୍ର ମୃତ ପଡିଥିବା ଦେଖିବାକୁ ପାଇଥିଲା ।

ରବିନ୍ଦ୍ରଙ୍କ ମୃତ୍ୟୁ ଦୁଇ ଓ ୩ ଦିନ ପୂର୍ବରୁ ହୋଇଥିବା ପୋଲିସ ଅନୁମାନ କରୁଛି । ରବିନ୍ଦ୍ର ମହାଜନୀ ଅଭିନେତା ଗଶମିର ମହାଜନୀଙ୍କ ପିତା ଥିଲେ । ରବିନ୍ଦ୍ର ହିନ୍ଦୀ ସିନେମା ସହିତ ମରାଠୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ତାଙ୍କୁ ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ବିନୋଦ ଖାନ୍ନା ବୋଲି କୁହାଯାଏ । ତାଙ୍କ ପର୍ସନାଲିଟି ଏବଂ ଲୁକ୍‌ ବିଲକୁଲ ବିନୋଦ ଖାନ ଭଳି ଦେଖିବାକୁ । ଅଭିନୟ କରିବା ସହିତ ମରାଠୀ ଫିଲ୍ମରେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ।

ରବିନ୍ଦ୍ର ମହାଜନୀ ଅମିତାଭ ବଚ୍ଚନଙ୍କ ସହିତ ସାତ ହିନ୍ଦୁସ୍ତାନୀରେ ପୋଲିସ ଇନ୍ସପେକ୍ଟର ଭୂମିକାରେ ନଜର ଆସିଥିଲେ । ଏହା ତାଙ୍କର ପ୍ରଥମ ଫିଲ୍ମ ଥିଲା । ଏହାପରେ ମରାଠୀ ଫିଲ୍ମ ଆରାମ ହରାମା ଆହେ, ଦୁନିଆ କାରି ସଲମା, ହଳଦୀ କୁକୁରେ କାମ କରିଛନ୍ତି । ୨୦୧୫ରେ ତାଙ୍କ ଫିଲ୍ମ କାୟ ରାଓ ତୁମହିଁରେ କମ୍‌ ବ୍ୟାକ୍‌ କରିଥିଲେ ।

ଡାକ୍ତରମାନେ କହିଛନ୍ତି ଯେ ପ୍ରାୟ ତିନି ଦିନ ପୂର୍ବେ ମହାଜନୀଙ୍କ ମୃତ୍ୟୁ ହୋଇଥଲା। ଫ୍ଲାଟରୁ ଗନ୍ଧ ଆସିବା ଆରମ୍ଭ କଲାବେଳେ ପଡୋଶୀମାନେ ପୋଲିସକୁ ଏ ବିଷୟରେ ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘରର କବାଟ ଭାଙ୍ଗିଥିଲା ​​ଯେଉଁଠାରେ ମହାଜନୀଙ୍କ ମୃତଦେହ ମିଳିଥିଲା। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।

Get real time updates directly on you device, subscribe now.