fbpx

ଏବେ ଏଲଇଡି ବଲବରୁ ପାଇପାରିବେ ସୁପରଫାଷ୍ଟ ଇଣ୍ଟରନେଟ୍ , ୱାଇ ଫାଇ ଠାରୁ ଅଧିକ ସ୍ପିଡ ଦେବ ଏହି ଟେକ୍ନୋଲଜି

ନୂଆଦିଲ୍ଲୀ: ସୁପରଫାଷ୍ଟ ଇଣ୍ଟରନେଟ୍ ଲାଗି ଆମେ ୱାଇ ଫାଇର ବ୍ୟବହାର କରିଥାଉ । ଏଥିରେ ଆପଣଙ୍କୁ ୱାୟାରଲେସ୍ ଫାଷ୍ଟ ସ୍ପିଡ୍ ରେ ଇଣ୍ଟରନେଟ୍ ସେବା ମିଳିଥାଏ । କିନ୍ତୁ ଏବେ ଆପଣଙ୍କୁ ୱାଇ ଫାଇ ଠାରୁ ଅଧବ୍ ସ୍ପିଡ ରେ ଇଣ୍ଟରନେଟ୍ ସେବା ୱାୟାରଲେସ୍ ଭାବରେ ଉପଲବ୍ଧ ହେବ । ଆମେ ଏଠାରେ ଲାଇ ଫାଇ ଟେକ୍ନୋଲଜି କଥା କହିବାକୁ ଯାଉଛୁ । ଏହି ଟେକ୍ନୋଲଜି ପୂର୍ବରୁ ଆମ ପାଖରେ ଥିଲା କିନ୍ତୁ ଆମେ ସମସ୍ତେ ଏ ବିଷୟରେ ଅଜ୍ଞ ଥିଲୁ । ଏହି ଟେକ୍ନୋଲଜି ୱାଇ ଫାଇରୁ ଅଧକ ସ୍ପିଡରେ ଇଣ୍ଟରନେଟ୍ ଦେଇଥାଏ ।
ଇନଷ୍ଟିଚ୍ୟୁଟ ଅଫ୍ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ ଇଂଜିନିୟରିଂ(ଆଇଇଇଇ)୮୦୨.୧୧ବିବିକୁ ଲାଇଟ୍ ବେସଡ୍୍ ୱାୟାରଲେସ୍ କମ୍ୟୁନିକେସନ ଲାଗି ଷ୍ଟାଣ୍ଡାର୍ଡ ସେଟ୍ କରିଛନ୍ତି । ୮୦୨.୧୧ବିବି ଷ୍ଟାଣ୍ଡାର୍ଡ କାରଣରୁ ଲାଇ ଫାଇ ଟେକ୍ନୋଲଜିକୁ ଏକ ଗ୍ଲୋବାଲ୍ ଫ୍ରେମୱାର୍କ ମିଳିଯିବ । ଯଦ୍ଦ୍ୱାରା ଏହାର ବିକାଶ ସଠିକ୍ ଢଙ୍ଗରେ ହୋଇପାରିବ ।
ଲାଇ ଫାଇର ଅର୍ଥ ଲାଇଟ୍ ଫିଡେଲିଟି । ଏହା ଆଲୋକ ଉପରେ ପର୍ଯ୍ୟବେଶିତ ଏକ ଯୋଗାଯୋଗ ସିଷ୍ଟମ ଯାହା ୱୟାରଲେସ୍ ଇଣ୍ଟରନେଟ୍ ଯୋଗାଇ ପାରିଥାଏ । ଏଥିରେ ୧୦୦ ଜିବିପିଏସ୍ ସ୍ପିଡରେ ଇଣ୍ଟରନେଟ୍ ଅଫର କରାଯାଇପାରିବ । ଏହି ଟେକ୍ନୋଲଜି ଡାଟା ଟ୍ରାନ୍ସମିଶନ କରିବା ଲାଗି ଆଲୋକର ଉପଯୋଗ କରିଥାଏ । ଅର୍ଥାତ୍ କମ୍ପାନୀ ଇଣ୍ଟରନେଟ୍ ଅଫର ଲାଗି ଲାଇଟର ବ୍ୟବହାର କରିବ । ଏହା ୫ଜି ଓ ୱାଇ ଫାଇ ପରି କମ୍ୟୁନିକେସନର ଏକ ମାଧ୍ୟମ ପାଲଟିବ । ଏହି ଟେକ୍ନୋଲଜି ସାହାଯ୍ୟରେ ଏଲଇଡି ବଲବରୁ ଡାଟା ଟ୍ରାନସଫର କରାଯାଇପାରିବ ।

Get real time updates directly on you device, subscribe now.