fbpx
BJD
BJD SKY
BJD SKY

ମାର୍ଚ୍ଚ ମାସର ଏହି ଦିନରେ ଲାଗିବ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ ସଠିକ ଡେଟ ଏବଂ ସମୟ

BJD

ନୂଆଦିଲ୍ଲୀ: ବୈଜ୍ଞାନିକମାନଙ୍କ ଅନୁଯାୟୀ, ଚଳିତ ବର୍ଷ ୨୦୨୪ରେ ଦୁଇଟି ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । ପ୍ରଥମ ଚନ୍ଦ୍ରଗ୍ରହଣ ମାର୍ଚ୍ଚ ମାସରେ ଏବଂ ଅନ୍ୟଟି ସେପ୍ଟେମ୍ବର ମାସରେ ଲାଗିବ । ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ଲାଗିବ । ଯେପରି ସୂର୍ଯ୍ୟ ପରାଗ ସର୍ବଦା ଅମାବାସ୍ୟା ତିଥିରେ ଲାଗିଥାଏ, ସେହିପରି ଚନ୍ଦ୍ରଗ୍ରହଣ ପୂର୍ଣ୍ଣିମା ତିଥିରେ ଲାଗିଥାଏ । ଚନ୍ଦ୍ର ଗ୍ରହଣ ପାଇଁ ହାଣ୍ଡିଛାଡ ୯ ଘଣ୍ଟା ପୂର୍ବରୁ ହୋଇଥାଏ । ସୂର୍ଯ୍ୟ ପରାଗ ପାଇଁ ହାଣ୍ଡି ଛାଡ ୧୨ ଘଣ୍ଟା ପୂର୍ବରୁ ହୋଇଥାଏ । ଏହି ସମୟରେ ଖାଦ୍ୟ ରାନ୍ଧିବା, ପୂଜା-ପାଠ ଏବଂ ମଙ୍ଗଳ କାର୍ଯ୍ୟ କରିବା ପାଇଁ ବାରଣ କରାଯାଇଥାଏ । ଏହି ସମୟରେ ଗର୍ଭବତୀ ମହିଳା, ଶିଶୁ ଏବଂ ବୃଦ୍ଧ ଲୋକମାନଙ୍କୁ ସତର୍କ ସହ ରହିବାକୁ ପରାମର୍ଶ ଦିଆଯାଇଥାଏ ।

ଜ୍ୟେତିଷ ଶାସ୍ତ୍ରୀଙ୍କ ଅନୁଯାୟୀ, ନୂଆ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ମାର୍ଚ୍ଚ ୨୫ ତାରିଖ ସୋମବାର ଦିନ ଲାଗିବ । ଏହା ଫାଲଗୁନ ମାସର ପୂର୍ଣ୍ଣିମା ତିଥିରେ ପଡିବ । ଏହି ଦିନ ସଂଧ୍ୟା ୬.୪୫ ମିନିଟରୁ ଆରମ୍ଭ ହେବ । ମାର୍ଚ୍ଚ ମାସର ଏହି ଚନ୍ଦ୍ର ଗ୍ରହଣ ପରେ ୮ ଏପ୍ରିଲରେ ବର୍ଷ ପ୍ରଥମ ସୂର୍ଯ୍ୟ ପରାଗ ଲାଗିବ ।

ଏହି ଚନ୍ଦ୍ର ଗ୍ରହଣ ଭାରତରେ ଦେଖାଯିବନି । ଏହି ଚନ୍ଦ୍ରଗ୍ରହଣରେ ପ୍ରଥମ ସ୍ପର୍ଶ ସକାଳ ୧୦.୨୩ ରେ ହେବ । ଉପଛାୟାର ଶେଷ ସ୍ପର୍ଶ ଦ୍ୱିପ୍ରହର ୩.୦୧ରେ ହେବ । ଉପଛାୟାର ସମୁଦାୟ ସମୟ ୪ ଘଣ୍ଟା ୩୫ ମିନିଟ ।

ଏହି ଚନ୍ଦ୍ର ଗ୍ରହଣ ଭାରତରେ ଦେଖାନଯିବା କାରଣରୁ ଏଥିପାଇଁ ହାଣ୍ଡିଛାଡ ହେବନି । ଏହା କୌଣସି ବ୍ୟକ୍ତି ଉପରେ ଖରାପ ପ୍ରଭାବ ପକାଇ ନାହିଁ । ତେବେ ମାର୍ଚ୍ଚ ୨୫ ତାରିଖରେ ମଧ୍ୟ ଶୁଭ-ମାଙ୍ଗଳିକ କାର୍ଯ୍ୟ ଆପଣ କରିପାରିବେ ।

ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଭାରତରେ ଦେଖାଯିବନି । ଏହି ଚନ୍ଦ୍ର ଗ୍ରହଣ ଉତ୍ତର ଏବଂ ପୂର୍ବ ଏସିଆ, ୟୁରୋପ, ଅଷ୍ଟ୍ରେଲିଆ, ଆଫ୍ରିକା, ଉତ୍ତର ଆମେରିକା, ଦକ୍ଷିଣ ଅମେରିକା, ଆର୍କଟିକ୍ ଏବଂ ଆଣ୍ଟାର୍କଟିକାର ଅଧିକାଂଶ ଭାଗରେ ଦେଖାଯିବ ।

Get real time updates directly on you device, subscribe now.