fbpx

ଅଶ୍ୱୀନଙ୍କ କ୍ଲବରେ ରୋୟଲ ଏଣ୍ଟ୍ରି କଲେ ସାର୍ ଜାଡେଜା: ୫୦୦ ଶିକାରରେ ବିରାଟ ଇତିହାସ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ବିରାଟ ଇତିହାସ ସୃଷ୍ଟି କରିଛନ୍ତି ସାର୍ ରବିନ୍ଦ୍ର ଜାଡେଜା । ଏହି ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱୀନ ନିଜର ୫୦୦ତମ ୱିକେଟ ହାସଲ କରିଥିବା ବେଳେ ରବିନ୍ଦ୍ର ଜାଡେଜା ମଧ୍ୟ ଏହି କ୍ଲବରେ ଏଣ୍ଟ୍ରି କରିଛନ୍ତି । ରାଜକୋଟ ଟେଷ୍ଟରେ ଜାଡେଜା ନିଜର ୫୦୦ତମ ଫାଷ୍ଟ କ୍ଲାସ ୱିକେଟ ଅକ୍ତିଆର କରିଛନ୍ତି । ଏହି ମ୍ୟାଚର ପ୍ରଥମ ଇନିଂସରେ ଜାଡେଜା ଏକ ଦମଦାର ଶତକ ହାସଲ କରିଥିବା ବେଳେ ୫୦୦ ୱିକେଟ ହାସଲ କରିବାର ଏକ ବଡ଼ ଉପଲବ୍ଧି ମଧ୍ୟ ପାଇଛନ୍ତି ।

ଇଂଲଣ୍ଡ ବିପକ୍ଷ ଏହୀ ଟେଷ୍ଟର ଦ୍ୱିତୀୟ ଦିନରେ ଅଶ୍ୱୀନ ନିଜର ୫୦୦ତମ ଟେଷ୍ଟ ୱିକେଟ ହାସଲ କରିଥିଲେ । ତେବେ ମ୍ୟାଚର ତୃତୀୟ ଦିନରେ ଜାଡେଜା ନିଜର ୫୦୦ତମ ଫାଷ୍ଟ କ୍ଲାସ ୱିକେଟ ନେବାରେ ମଧ୍ୟ ସଫଳ ହୋଇଛନ୍ତି । ଇଂଲଣ୍ଡ ବିପକ୍ଷ ଏହି ସିରିଜର ପ୍ରଥମ ମ୍ୟାଚରେ ଆହତ ହୋଇ ଦଳରୁ ବାଦ୍ ପଡ଼ିଥିଲେ ଜାଡେଜା । ଏହାପରେ ତୃତୀୟ ମ୍ୟାଚରେ ଦମଦାର ଶତକ ସହ ସେ କମବ୍ୟାକ କରିଛନ୍ତି । ଏହାପରେ ବୋଲିଂରେ ମଧ୍ୟ କମାଲ କରି ୫୦୦ତମ ଫାଷ୍ଟ କ୍ଲାସ ଶିକାର ନିଜ ନାମରେ କରିଛନ୍ତି ସାର୍ ଜାଡେଜା । ଏହି ସମ୍ପୂର୍ଣ୍ଣ ସିରିଜରେ ଜାଡେଜା ଦମଦାର ଫର୍ମରେ ରହିଛନ୍ତି ।

ପ୍ରଥମ ଇନିଂସରେ ଜାଡେଜାଙ୍କ ଶତକ(୧୧୨) ଭାରତକୁ ୪୪୫ ରନରେ ପହଞ୍ଚାଇବାରେ ଖୁବ ସାହାଯ୍ୟ କରିଛି । ଏହାପରେ ବୋଲିଂରେ ମଧ୍ୟ କମାଲ କରି ୨ଟି ୱିକେଟ ଅକ୍ତିଆର କରିଛନ୍ତି । ଫଳରେ ମାତ୍ର ୩୧୯ ରନରେ ଇଂଲଣ୍ଡକୁ ଅଲଆଉଟ କରି ୧୨୬ ରନର ଅଗ୍ରଣୀ ହାସଲ କରିଛି ଟିମ ଇଣ୍ଡିଆ ।

Get real time updates directly on you device, subscribe now.